28.1 C
Bhubaneswar
Monday, May 4, 2026
Homeଓଡିଶାଜୟଙ୍କ ବିଜୟ ଶୋଭାଯାତ୍ରା

ଜୟଙ୍କ ବିଜୟ ଶୋଭାଯାତ୍ରା

ନୂଆପଡା: ନୂଆପଡା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ସମସ୍ତ ୨୯ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥର୍ୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟରେ ବିଜୟ ଲାଭ କରିଛନ୍ତି। ଏହି ଐତିହାସିକ ବିଜୟ ପରେ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ଜୟଙ୍କ ଏହି ବିଜୟ ଶୋଭାଯାତ୍ରା ଖରିଆରୋଡ୍ ଠାରୁ ବାହାରିଛି। ଏହି ଶୋଭାଯାତ୍ରାରେ ପତ୍ନୀ ସୁମନ ଢୋଲକିଆ ଏବଂ ମା’ କଳ୍ପନା ଢୋଲିକଆ ମଧ୍ୟ ଅଛନ୍ତି। ୧୧ ବର୍ଷ ପରେ ନୂଆପଡ଼ାକୁ ଦଖଲ କରିଛି ବିଜେପି। ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଯୁବ ରାଜନୀତିଜ୍ଞ ଜୟ ଢୋଲକିଆଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିଛନ୍ତି। ବିଜୟ ପରେ ଜୟ ଢୋଲକିଆଙ୍କ କହିଥିଲେ ଯେ ବିଜୟର ଶ୍ରେୟ ନୂଆପଡାବାସୀଙ୍କ।ନୂଆପଡାବାସୀଙ୍କୁ ବିଜୟର ଶ୍ରେୟ ଦେବା ସହ ସେ ଆହୁରି କହିଥିଲେ ଯେ ଏ ବିଜୟ ମୋଦୀଙ୍କ ବିଜୟ, ବିଜେପିର ବିଜୟ । ଏ ବିଜୟ ମୋ ବାପାଙ୍କ ବିଜୟ । ଏ ବିଜୟ ମୋହନ ମାଝୀଙ୍କ ବିଜୟ । ବିଜେପିର ପ୍ରାର୍ଥୀ ଜୟ ‌ଢୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ୍‌ ପାଇ ବିଜୟ ହାସଲ କରିଥିବା ବେଳେ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩,୭୪୮ ଭୋଟ୍‌ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତିଏହି କ୍ରମରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମାତ୍ର ୩୮,୪୦୮ ଭୋଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking