27.1 C
Bhubaneswar
Saturday, July 6, 2024
Homeଓଡିଶାଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲା, ଜାମିନ ଆବେଦନ ଶୁଣାଣି ପାଇଁ କୋର୍ଟରେ ହାଜର ହେଲେ...

ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲା, ଜାମିନ ଆବେଦନ ଶୁଣାଣି ପାଇଁ କୋର୍ଟରେ ହାଜର ହେଲେ ଜୟନାରାୟଣ

ଭୁବନେଶ୍ୱର: ୨୦୧୦ ମସିହାରେ ଦଳିତ ବର୍ଗର ଥାନା ଅଧିକାରୀଙ୍କୁ ଆକ୍ରମଣ କରିବା ମାମଲା । ଜାମିନ ଆବେଦନ ଶୁଣାଣି ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟରେ ହାଜର ହୋଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସହ ଅନ୍ୟ ୭ ସହଯୋଗୀ । ଜୟନାରାୟଣ ମିଶ୍ରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଆଜି ଜାମିନ୍ ଆବେଦନ ଶୁଣାଣି ପାଇଁ ଦିନ ଧାର‌୍ୟ୍ୟ କରାଯାଇଥିଲା। ଝାରବନ୍ଧ ତତ୍କାଳୀନ ଥାନା ଅଧିକାରୀ ବାସୁଦେବ ଛତ୍ରୀଆଙ୍କୁ ଜାତିଆଣ ଆକ୍ଷେପ ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟରେ ଗତ ୧୩ ତାରିଖରେ ହାଜର ହୋଇଥିଲେ ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ ଓ ଅନ୍ୟ ୭ ଜଣ ଅଭିଯୁକ୍ତ ।

ଆଜି ବି କୋର୍ଟରେ ହାଜର ହୋଇନାହାନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ।
୨୦୧୦ରେ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ତତକାଳୀନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଓ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରମୁଖ ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ବାସୁଦେବ ପାଇକମାଳ ଥାନାରେ କାର‌୍ୟ୍ୟରତ ଥିଲେ । ଏହି ଆକ୍ରମଣ ପରେ ଜୟନାରାୟଣ ଓ ଅନ୍ୟମାନଙ୍କ ବିରୋଧରେ ପାଇକମାଳ ଥାନାରେ କେସ ନମ୍ବର ୧୭୫/୨୦୧୦ ଓ ଆଇପିସିର ଧାରା ୧୪୭ ଅର୍ଥାତ୍ ଦଙ୍ଗା କରିବା, ଧାରା ୩୪୧-ଅନ୍ୟାୟ ଭାବେ କାହାକୁ ଅଟକାଇ ରଖିବା, ୪୫୨ ଅର୍ଥାତ୍ ଥାନା ଭିତରକୁ ବେଆଇନ୍ ଭାବେ ପ୍ରବେଶ କରିବା, ଧାରା ୩୫୪-ସରକାରୀ କାର‌୍ୟ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କୁ କାର‌୍ୟ୍ୟ କରିବାରେ ବାଧା ଦେବା, ଧାରା ୩୩୨ ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ୨୯୪ ଅର୍ଥାତ୍ ଅଶ୍ଳୀଳ ଭାଷା ପ୍ରୟୋଗ କରିବା, ୩୦୭ ହତ୍ୟା ଉଦ୍ୟମ କରିବା ଏବଂ ଏସସିଏସଟି ଆଇନର ସେକ୍ସନ୍ ୩ ଅର୍ଥାତ୍ ହରିଜନ ବୋଲି ଜାତିଆଣ ଆକ୍ଷେପ କରିବା। ଏହାମଧ୍ୟରେ ମାମଲାକୁ ୧୩ ବର୍ଷ ବିତିଗଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking