25.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶଜାମ୍ମୁ-କାଶ୍ମୀର : ୨ ଆଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ୨ ଆଙ୍କବାଦୀ ନିହତ

ନୂଆଦିଲ୍ଲୀ : ସୀମାରେ ଅନୁପ୍ରବେଶ ଉଦ୍ୟମ କରିବା ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଆଙ୍କବାଦୀ। ଜାମ୍ମୁ-କାଶ୍ମୀରର ରଜୌରୀ ଜିଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ ଏହି ଗୁଳିବିନିମୟ ଘଟିଛି। ନୌସେରା ସୀମାନ୍ତରେ କିଛି ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଯବାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କଡ଼ା ପଇଁତରା ଆରମ୍ଭ ହୋଇଥିଲା। ରାତି ସମୟରେ ଆତଙ୍କୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଯବାନମାନେ ସେମାନଙ୍କୁ ଅଟକାଇବାକୁ ଗୁଳି ଚଳାଇଥିଲେ। ଆତଙ୍କୀମାନେ ବି ପାଲଟା ଆକ୍ରମଣ କରିଥିଲେ। ହେଲେ କୌଣସି ଯବାନଙ୍କର କିଛି କ୍ଷତି ହୋଇ ନ ଥିବାବେଳେ ୨ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking