ଯାଜପୁର : ଯାଜପୁରରୋଡ଼ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି | ଡକାୟତି ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରି ୮ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି | ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ବୋହୁ କେସ ଥିବାର ଜଣାପଡିଛି | ଏହି ଡକାୟତ ମାନେ ହେଲେ ଦାନଗଦିର ରବୀନ୍ଦ୍ର ମହାକୁଡ଼ଙ୍କ ୨ ପୁଅ ରାଜେଶ ମହାକୁଡ଼ @ବିଟୁ (୨୬) ଓ ଦିନେଶ ମହାକୁଡ଼ (ଲିଟୁ), ଧବଳଗିରି ମାଳିସାହିର ସାଗର ଗାଇପାଇ @ଭାଲୁ (୧୯), ଏହି ଦାନଗଦି ଅଞ୍ଚଳର ବିକାଶ ସେଠି (୧୯), ଦୀପକ ସେଠି(୨0), ଅନିଲ ଦାସ (୨0), ଧୂଳିଗଡ ଗ୍ରାମର ସତ୍ୟବ୍ରତ ଦେହୁରୀ ଏବଂ ଲକ୍ଷ୍ମୀନଗର ଗ୍ରାମର ସିଧେଶ୍ୱର ସାହୁ(୩୨) ବୋଲି ସୂଚନା ମିଳିଛି | ଏମାନଙ୍କ ନିକଟରୁ ୨ଟି ବାଇକ ଗୋଟିଏ କଳା ପଲସର ନଂ ଓ ଡ଼ି 0୬ ଜି ୯୯୬୨ ଏବଂ ଏକ ନଂ ବିହୀନ ଧଳା ରଙ୍ଗର ସୁଜୁକି ବାଇକ, ଗୋଟିଏ ସାମସଙ୍ଗ ମୋବାଇଲ, ଏକ ଲାଲ ଗାମୁଛା ଏବଂ ଗୋଟିଏ ଲୁହା କାତି (ଖଣ୍ଡା) ଜବତ ହୋଇଛି | ସୂଚନା ମୁତାବକ ସୋମବାର ସକାଳ ସମୟରେ ଦାନଗଦି ଅନ୍ତର୍ଗତ କଙ୍କଡଝର ଜଙ୍ଗଲରେ ଏକ ଡକାୟତ ଦଳ ଡାକୟତି ପାଇଁ ଯୋଜନା କରୁଥିବା ଖବର ପାଇ ଯାଜପୁରୋଡ଼ ପୋଲିସ ସଦଳବଳେ ଅତର୍କିତ ଚଢ଼ାଉ କରିଥିଲା | ଏହି ସମୟରେ ସେଠାରେ ଡାକୟତି ଯୋଜନା କରୁଥିବା ୮ ଜଣଙ୍କୁ ପୋଲିସ କାବୁ କରି ଗିରଫ କରିଥିଲା | ସେମାନଙ୍କ ମଧ୍ୟରୁ ରାଜେଶ ମହାକୁଡ଼ ନାମରେ ପୂର୍ବରୁ ଯାଜପୁରରୋଡ଼ ଥାନାରେ ୬ଟି କେସ ସତ୍ୟବ୍ରତ ଦେହୁରୀ ନାମରେ ୭ଟି ଓ ଅନିଲ ଦାସ ନାମରେ ୨ଟି କେସ ଥିବା ପୋଲିସ ସୂଚନା ଦେଇଛି | ଏମାନଙ୍କ ନାମରେ ପୋଲିସ ପକ୍ଷରୁ ଯାଜପୁରରୋଡ଼ ଥାନା ଏସ ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ମାମଲା ରୁଜୁ କରିଥିବା ଏବଂ ଥାନା କେସ ନଂ ୪୭୧/ ୨୪ ରେ ମାମଲା ରୁଜୁ କରାଯାଇ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି |