19.1 C
Bhubaneswar
Saturday, November 23, 2024
Homeଓଡିଶା୩୯୫ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

୩୯୫ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜି ୩୯୫ତମ ଦିବସରେ ପହଁଚିଛି। ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ ପ୍ରମୁଖ ଯୋଗଦାନକରି ଦଶରଥପୁରବ୍ଲକର କାଟିଆ ରାଇସ ମିଲ ପଡ଼ିଆଠାରେ ରହିଥିବା ପ୍ରବାସୀ ଆଦିବାସୀଙ୍କ ସମେତ ବୃଦ୍ଧ,ବୃଦ୍ଧା, ଅସହାୟ,ପାଗଳା,ପାଗଳି ତଥା ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ସ୍ଥାନରେ ଖାଦ୍ୟ, ବସ୍ତ୍ର, ମାକ୍ସ, ସାବୁନ, ସାନିଟାଇଜର, ଓଆରଏସ ଆଦି ବଣ୍ଟନ କରିବା ସହ ବିଭିନ୍ନ ସ୍ଥାନ ବୁଲି ବୁଲି ପ୍ଲାକାର୍ଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ କରୋନାର ସଚେତନତା କରୁଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking