28.1 C
Bhubaneswar
Friday, March 29, 2024
Homeଓଡିଶାଛେଳି ଚୋରି ଅଭିଯୋଗରେ ୪ଗିରଫ

ଛେଳି ଚୋରି ଅଭିଯୋଗରେ ୪ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ କିଆଝର ନିକଟରୁ ରାସ୍ତା କଡରୁ ଛେଳି ଚୋରୀ କରିଥିବା କଟକ ଜଗତପୁର, ଚାଉଳିଆଗଞ୍ଜ ଏବଂ ଦରଘାବଜାର ଅଞ୍ଚଳର ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟମକା ଥାନା ଅଧିକାରୀଣୀ ସଙ୍ଘମିତ୍ରା ନାୟକ ।  ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଟମକା ଥାନା ଅଧିକାରୀଣୀ ସଙ୍ଘମିତ୍ରା ନାୟକ ସେମାନଙ୍କ ଦ୍ବାରା ବ୍ୟବହୃତ ନକଲି ନମ୍ବର ଥିବା ଏକ ଧଳା ରଙ୍ଗର କାର୍ ଜବତ୍ କରିଛି। କାର୍ ଟିର ନମ୍ବର ନକଲି ଥିବାରୁ ଛେଳି ଚୋରୀ ନୁହେଁ ବରଂ ଏମାନଙ୍କର ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ସନ୍ଦେହ କରିଛି ।  ଥାନା ଅଧିକାରୀଣୀ ଏହି ଅପରାଧିମାନଙ୍କୁ ଗିରଫ୍ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ଗିରଫ୍ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ୪ଜଣ ଯୁବକ ଶିଳ୍ପ ଅଂଚଳ ଅଗଠଣ ଘଟାଇବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସହନ୍ଦେ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking