18.1 C
Bhubaneswar
Saturday, November 23, 2024
Homeଓଡିଶାଦେଢ଼ ବର୍ଷପରେ କୋରେଇ ପଞ୍ଚାୟତ ସମିତି ବୈଠକ ବସିଲା, କରୋନା ଭୁତାଣୁ ସଂପର୍କରେ ବିଡ଼ିଓ, ସରପଞ୍ଚ...

ଦେଢ଼ ବର୍ଷପରେ କୋରେଇ ପଞ୍ଚାୟତ ସମିତି ବୈଠକ ବସିଲା, କରୋନା ଭୁତାଣୁ ସଂପର୍କରେ ବିଡ଼ିଓ, ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ସଚେତନା କଲେ

ଯାଜପୁର, (ଓଏନ୍‌ଏ): ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ୨୦୧୯(କୋଭିଡ଼ -୧୯) ମହାମାରୀ ଆକାର ଧାରଣ କରିଛି । ସମଗ୍ର ବିଶ୍ୱବାସୀ କରୋନା ଭାଇରସ୍ ପାଇଁ ଆତଙ୍କିତ ଦିନକୁଦିନ ବିଶ୍ୱରେ ବ୍ୟାପୀବାରେ ଲାଗିଛି । ଆମ ଦେଶ ଓ ରାଜ୍ୟରେ ଏହା ଦେଖାଦେଇଛି । ଏହି ରୋଗକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଆଜି କୋରେଇ ବ୍ଲକ୍‌ର ବିଡ଼ିଓ ଏକ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ଡ଼ାକିଥିଲେ । ଏହି ବୈଠକରେ ସମଗ୍ର ବ୍ଲକର ସରପଞ୍ଚ ଓ ପଞ୍ଚାୟତ ସମିତି ମେମ୍ବରମାନେ ଯୋଗ ଦେଇଥିଲେ । ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତି ଟୁଡ଼ୁ ଅଧ୍ୟକ୍ଷତା କରିଥିଲେ । କୋରେଇ ବ୍ଲକ୍‌ର ବିଡ଼ିଓ ଶ୍ୱେତା ସ୍ନିଗ୍ଧା କୋଭିଡ଼ ସଂକ୍ରମିତ ସଂପର୍କରେ ଲକ୍ଷଣ ଓ ଚିକିତ୍ସା ଉପରେ ଜନ ସଚେତନତା କରିଥିଲେ । ଏହି ରୋଗ ଜର, କାଶ, କଫ, ଶ୍ୱାସକ୍ରିୟା କଷ୍ଟ ଆଦି କରୋନା ଜନିତ ସଂକ୍ରମଣ ଲକ୍ଷଣ ଏହି ରୋଗ ବିଶେଷତଃ ବୟସ୍କ ହୃଦ୍‌ରୋଗୀ, ଡ଼ାଇବେଟିସ୍‌, କିଡ଼ୀନ୍ ରୋଗୀମାନଙ୍କୁ ବିଶେଷ ଭାବରେ ବ୍ୟାପୀଥାଏ । ତେଣୁ ଥଣ୍ଡ. କାଶ, କଫ, ଜର ହେବାର ଲକ୍ଷଣ ଦେଖାଗଲେ ବ୍ୟକ୍ତି ଜଣକ ୧୪ ଦିନ ଅଲଗା ରହିବା ଉଚିତ୍ ଓ ଡ଼ାକ୍ତର ପରାମର୍ଶ ନେଇ ଚିକିତ୍ସା କରିବା ପୃଷ୍ଟିକର ଖାଦ୍ୟ ଖାଇବା, ମାସ୍କ ବ୍ୟବହାର କରିବା, ବାରମ୍ବାର ନିଜ ହାତକୁ ସାବୁନ ପାଣିରେ ଧୋଇ ସଫା ରଖିବା, ନିଜ ପାଟି, ନାକ ଏବଂ ଆଖି ସ୍ପର୍ଶ ନ କରିବା କାଶିବା ଓ ଛିଙ୍କିବା ବେଳେ ରୁମାଲ କିମ୍ବା ଲୁଗାକାନି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଲୋକମାନେ ଅନ୍ୟୁନ୍ ଏକ ମିଟର ଦୂରତା ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

ଏହି ସଚେତନତା ପାଇଁ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କର ଭୁମିକା ଅତି ଗୁରୁତ୍ୱପୂର୍ଣ୍ଣ । ସରପଞ୍ଚମାନେ ପଞ୍ଚାୟତ ସ୍ତରରେ ବୈଠକ କରି ଲୋକମାନଙ୍କୁ ସଚେତନତା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ରୋଗ ଲକ୍ଷଣ ଜଣାଗଲେ ସଂଗେ ସଂଗେ ସରପଞ୍ଚ ସମିତି ସଭ୍ୟମାନେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ପାଇଁ ଗୁରୁ ଦାୟିତ୍ୱ ମନେ କରି ଜଣେଇବା ପାଇଁ ପରାମର୍ଶ ଦେଇଥିଲେ । କିପରି ହାତ ଧୋଇବେ ତାହା ମଧ୍ୟ ସୂଚାଇଥିଲେ । ଏହି ବୈଠକରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ୍‌ର କର୍ମଚାରୀମାନେ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ କରୋନା ସଂକ୍ରମଣ ୨୦୧୯ ସୂଚନା ପତ୍ରକୁ ସରପଞ୍ଚ ଓ ସମିତିମାନଙ୍କୁ ବଣ୍ଟନ କରିବା ସହିତ ସାଧାରଣ ଲୋକମାନଙ୍କୁ ମଧ୍ୟ ବଣ୍ଟନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking