18.1 C
Bhubaneswar
Tuesday, November 26, 2024
Homeଓଡିଶାବଟି ଆଦାୟକୁ ନେଇ ଚର୍ଚା ରେ  ଟମକା ପୋଲିସ

ବଟି ଆଦାୟକୁ ନେଇ ଚର୍ଚା ରେ  ଟମକା ପୋଲିସ

ଯାଜପୁର : ବଟି ଆଦାୟକୁ ନେଇ ଚର୍ଚା ରେ  ଟମକା ପୋଲିସ । ୨ ହଜାର ଟଙ୍କା ନଦେଲେ ୧୦ ହଜାର ଟଙ୍କା ଫାଇନ କାଟିବି ବୋଲି କହି ଧମକ ଦେଉଥିବା ସମୟରେ ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଭିଡିଓ ଭାଇରାଲ୍ ହୋଇଛି। ଜଣେ ଟ୍ରକ ଡ୍ରାଇଭରଙ୍କୁ ୨ ହଜାର ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରୁଥିବା ବେଳେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ୍ । କରୋନା କଟକଣା ସମୟରେ ସାଧା ପୋଷାକରେ ପୋଲିସ ବାବୁ ଜଣଙ୍କ ରାସ୍ତା କଡରେ ଟ୍ରକ୍ ଚାଳକଙ୍କୁ ଲାଞ୍ଚ ମାଗୁଥିବା ଏହି ପୋଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଟମକା ଥାନାର ସବ ଇନ୍ସପେକ୍ଟର ମହମ୍ମଦ ସେରଜ। ଏହି ପୋଲିସ ବାବୁ ଜଣଙ୍କ ସାଧା ପୋଷାକରେ ରହି ନିଜ ମୁହଁରେ mask ନ ପିନ୍ଧି ନିଜେ କରୋନା କଟକଣା ନିୟମ ଭାଙ୍ଗୀ କାହିଁକି ଗାଡି ଦ୍ରୁତ ଗତିରେ ଚଳାଇଲ ବୋଲି କହି ୨ ହଜାର ଟଙ୍କା ଦାବି କରୁଛନ୍ତି । ଖାଲି ସେତିକି ନୁହେଁ ଦୁଇ ହଜାର ନଦେଲେ ୧୦ ହଜାର ଟଙ୍କା ଫାଇନ କରାଯିବ ବୋଲି ମଧ୍ଯ ଧମକ ଦେବାର ଭିଡିଓରେ ସ୍ପଷ୍ଟ ରହିଛି। ସାଧା ପୋଷାକରେ ହାଫପ୍ୟାଣ୍ଟ ପିନ୍ଧି ସରକାରୀ ଗାଡିରେ ବସି ଫାଇନ କାଟିବି କହୁଥିବା ଅଧିକାରୀ ଜଣଙ୍କ ଉକ୍ତ ଡ୍ରାଇଭରଙ୍କୁ ଅସଭ୍ୟ ଭାଷା କହି ଗାଳି ଦେଉଥିବା ବେଳେ ଡ୍ରାଇଭର୍ ଜଣଙ୍କ ତାଙ୍କ ମା ମରି ଯାଇଛନ୍ତି ବୋଲି କହି ଅଧିକାରୀ ଜଣଙ୍କ ପାଖରେ କାକୁତି ମିନତି ହେଉଛନ୍ତି। ତୋ ମା ମଲା ମୁଁ କଣ କରିବି କହୁଛନ୍ତି ଥାନା ବାବୁ। ତେବେ ଶେଷରେ ଡ୍ରାଇଭର ଜଣଙ୍କ ପୋଲିସ ବାବୁଙ୍କୁ ଟଙ୍କା ଦେବାର ଦୃଶ୍ୟ ମଧ୍ୟ ଏହି ଭିଡିଓ ରେ ରହିଛି । ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଯାଜପୁର ଏସପି ଚରଣ ସିଂ ମୀନା ଏହାର ତଦନ୍ତ ପାଇଁ ଟମକା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking