ଯାଜପୁର (ଓଏନଏ) ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ରେ ଖଣି ଗୁଡିକ ରେ ଶ୍ରମିକ ଚଟେଇ ଜୋର ଧରିଛି l ଶ୍ରମିକ କର୍ମଚାରୀ ମାନେ ଚଟେଇ ଯୋଗୁ ଖଣି ଉପତ୍ୟକା ରେ ଅଶାନ୍ତି ର ବାତାବରଣ ସୃଷ୍ଟି ହେଉଛି l ଖଣି ଉପରେ ନିର୍ଭର କରି ପରିବା ର ପ୍ରତିପୋଷଣ କରୁ ଥିବା ଶ୍ରମିକ ମାନେ ହା ହତାଶ ଦିନ ବିତାଉଛନ୍ତି ଏହି ଖଣି ଉପତ୍ୟକା ରେ ଥିବା ଓ ଏମ ସି ର ବି ଜି ଆର ର 126ଜଣ କର୍ମଚାରୀ ମାନଂକୁ ଚଟେଇ କରିଥିବାରୁ ପୁନଃ ନିଯୁକ୍ତି ଦାବି କରି ଗତ ଗୁରୁବାର ଠାରୁ ଓ ଏମ ସି କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ରେ ବସି ଛନ୍ତି 4ଦିନ ଧରି ଧାରଣା ରତ କର୍ମଚାରୀ ଙ୍କ ଦାବି ପ୍ରତି ବିଚାର ନ କରି ଓ ଏମ ସି କର୍ତ୍ତୃପକ୍ଷ କୁମ୍ଭ ନିଦ୍ରା ଶୋଇ ଥିବା ରୁ କର୍ମଚାରୀ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶପାଇଛି l କରୋନା ମହାମାରୀ ସମୟରେ କର୍ମଚାରୀ ମାନଙ୍କ ଚଟେଇ କରିବା ପେଟ କୁ ଲାତ ମାରିବା କାର୍ଯ୍ୟ ସଦୁସ୍ୟ ଏହାକୁ ହୁଦୟଙ୍ଗମ କରି ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡେଇ ଧାରଣା ସ୍ଥଳ କୁ ଆସି କର୍ମଚାରୀ ମାନଙ୍କ ଦାବି କୁ ସମର୍ଥନ କରି ଧାରଣା ରେ ଯୋଗ ଦେଇ ଥିଲେ l ଏ ସମ୍ପର୍କ ରେ ଓ ଏମ ସି ର ଏମ ଡି ଙ୍କ ସହ ପୁନଃ ନିଯୁକ୍ତି ଦେବା ପାଇଁ ଆଲୋଚନା କରିବେ l ପୁନଃ ନିଯୁକ୍ତି ନ ମିଳବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ବିଧାୟକ ତାଙ୍କ ଅଭି ଭାଷଣ ରେ ଓ ଏମ ସି କୁ ଚେତାବନୀ ଦେଇ ଥିଲେ l ବିଧାୟକ ଧାରଣା କର୍ମଚାରୀ ମାନଙ୍କ ଦାବି କୁ ସମର୍ଥନ କରିଥିବାରୁ ସେମାନଙ୍କ ମନରେ ଆଶା ସଂଚାର କରିଛି l