ଯାଜପୁର (ଓଏନଏ) : :ଆଳୁ ଖୋଳୁ ମହାଦେବ ବାହାରିଲା ପରି ବୈତରଣୀ ନଦୀଗର୍ଵ ରେ ବାଲି ଖୋଳୁ ମହାଦେବ ବାହାରିଥିବା ଦୃଶ୍ୟ ଯାଜପୁର ସହର ନିକଟସ୍ଥସିଦ୍ଧେ ସ୍ୱର ପୀଠ ନିକଟ ରୁ ଶିବ ଲିଙ୍ଗ ବାହାରିବ ନେଇ ନାନା ଚର୍ଚ୍ଚା ସମଗ୍ର ଜିଲ୍ଲା ରେ ଚାଲିଛି ବାଲି ଖୋଳା ଚାଲିଥିବା ବେଳେ ବୈତରଣୀ ନଦୀ ଗର୍ଭରୁ ଏକ ମନ୍ଦିର ଓ ଶିବଲିଙ୍ଗ ଠାବ କରାଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ତେବେ ଏହି ମନ୍ଦିର କେଉଁ କେଉଁ ମସିହାର ତାର ଅନୁସନ୍ଧାନ କରିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗର ସାହାଯ୍ୟ ନିଆଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ସିଦ୍ଧେଶ୍ବର ପୀଠ ନିକଟରେ ଥିବା ବୈତରଣୀ ନଦୀରେ ।
ବାଲି ଖୋଳୁ ଖୋଳୁ ବାହାରିଲା ମନ୍ଦିର ଓ ଶିବ ଲିଙ୍ଗ । ଯାଜପୁରରେ ଏବେ ଚହଳ । ନଦୀପଠାରୁ ଉଭା ହୋଇଛି ମନ୍ଦିର। ଦେଖନ୍ତୁ ବୈତରଣୀ ନଦୀ ମଧ୍ୟରୁ ଦେଖାଯାଉଛି ମନ୍ଦିରର ଚୂଡା ଓ ଶିବଲିଙ୍ଗ ଭଳି ଦେଖାଯାଉଥିବା ପ୍ରସ୍ତର । ଯାଜପୁର ଦଶରଥପୁରର ବହୁ ପୁରାତନ ସିଦ୍ଧେଶ୍ବର ମନ୍ଦିରର ଦୁଇଶହ ମିଟର ଦୂରରେ ଥିବା ବୈତରଣୀ ନଦୀ ଗର୍ଭରୁ ଏକ ମନ୍ଦିରର ଚୂଡ଼ା ଦୃଶ୍ୟମାନ ହୋଇଛି। ଜେସିବି ସାହାଯ୍ୟରେ ବେଆଇନ ବାଲି ଖୋଳା ଚାଲିଥିବା ବେଳେ ହଠାତ ଏହି ମନ୍ଦିର ଆବିଷ୍କୃତ ହୋଇଛି। ବାଲି ହଟିବା ପରେ ପାଣି ଭିତରେ ଥିବା ମନ୍ଦିର ଓ ଗୋଟିଏ ଶିବ ଲିଙ୍ଗ ଭଳି ଉଭା ହୋଇଛି । ଏହି ପଥରର ଉଚ୍ଚତା ପାଖା ପାଖି ୩ ଫୁଟ । ନଦୀ ଗର୍ଭରୁ ମନ୍ଦିର ବାହାରିବା ଖବର ଜଣାପଡିବା ପରେ ନଦୀ ପଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହା ପରେ ପ୍ରଶାସନ ବେଶ ତତ୍ପର ହୋଇଛି । ଯାହାର ସୁରକ୍ଷା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ମନ୍ଦିର ଶତାଧିକ ବର୍ଷର ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।
ଦଶରଥପୁର ବ୍ଲକ ବିଡ଼ିଓ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗକୁ ବି ଜଣାଇ ଦିଆଯାଇଛି । ଅନ୍ୟପଟେ ଏଠାରୁ ବେଆଇନ ବାଲି ଖନନ ଏବଂ ନଦୀ ଗର୍ଭର ଦେଖାଯାଉଥିବା ମନ୍ଦିର ଏବଂ ଶିବଲିଙ୍ଗ ଭଳି ଦେଖାଯାଉଥିବା ପ୍ରସ୍ତର ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଦଶରଥପୁର ତହସିଲଦାର ।
ନଦୀ ଗର୍ଭରୁ ମିଳିଥିବା ମନ୍ଦିର ଓ ଶିବଲିଙ୍ଗ ଭଳି ଦେଖା ଯାଉଥିବା ପ୍ରସ୍ତର ଖଣ୍ଡ କେତେ ବର୍ଷ ପୂରୁଣା ଏବଂ ଏହା ପ୍ରକୃତରେ କେଉଁ ମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅନ୍ୟପଟେ ରାତି ଦିନ ଏହି ନଦୀ ଏଠାରୁ ବେଆଇନ ଭାବେ ଅନବରତ ବାଲି ଖୋଳା ଚାଲିଛି । ବେଆଇନ ବାଲି ଖନନ ଯୋଗୁ ସିଦ୍ଧେଶ୍ବର ମନ୍ଦିର ନଦୀ ଗର୍ଭରେ ଲୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ପ୍ରଶାସନର ଏହା ଉପରେ କିପରି ନଜର ପଡୁନାହିଁ ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।