19.1 C
Bhubaneswar
Friday, November 22, 2024
Homeଓଡିଶାହିତାଧିକାରୀଙ୍କୁ ରିଟେଲରଙ୍କ ମାଡ଼ ମାରିବା ଅଭିଯୋଗ

ହିତାଧିକାରୀଙ୍କୁ ରିଟେଲରଙ୍କ ମାଡ଼ ମାରିବା ଅଭିଯୋଗ

ଯାଜପୁର : ବରୀ ବ୍ଳକରେ ଖାଦ୍ୟ ସୁରକ୍ଷା ଯୋଜନା ର ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିୟତା ପଦାକୁ ଆସିଛି।  ଯୋଗାଣ ଦାୟିତ୍ୱ ରେ ଥିବା ସରକାରୀ ରିଟେଲର ହିତାଧିକାରୀ ମାନଙ୍କ ନିଜ ପ୍ରାପ୍ୟ ରୁ ଚାଉଳ କାଟିବା ବେଳେ ହିତାଧିକାରୀ ପ୍ରତିବାଦ କରିବାରୁ ରିଟେଲର ଅନିରୁଦ୍ଧ ସାମଲଙ୍କ ଅନୁପସ୍ଥିତ ରେ  ତାଙ୍କ ପୁଅ ସ୍ନେହସିସ ସମାଲ ହିତାଧିକାରୀ ଭାରତୀ ଜେନାଙ୍କୁ ମାଡ ମାରିବା ସହିତ ଜାତିୟାନା ଆକ୍ଷେପ କରିଥିବାର ର ଅଭିଯୋଗ ହୋଇଛି।ଶ୍ରୀମତୀ ଯେନାଙ୍କ ସମେତ ଅନ୍ୟ ହିତାଧିକାରୀ ମାନେ ମଧ୍ୟ ରିଟେଲର ଙ୍କ ପୁଅଙ୍କ ଆକ୍ରୋଶ ର ଶିକାର ହୋଇ ମାଡ଼ ଖାଇବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବରୀ ଥାନାଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।ଏଭଳି ଦୁର୍ଦିନରେ ରିଟେଲର ଙ୍କ ଅନୁପସ୍ଥିତ ରେ ଚାଉଳ କାଟିବା ଘଟଣାକୁ ନେଇ ତାଙ୍କ ପୁଅ ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ।୨୪ଘଣ୍ଟା ମଧ୍ୟରେ ତଦନ୍ତ କରାଯାଇ ସମ୍ପୁକ୍ତ ରିଟେଲର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାଶ୍ୱତ ଜେନା ପ୍ରକାଶ କରିଛନ୍ତି।ଅପରପକ୍ଷରେ ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୋଗ ଆସିଛି ଖୁବ ଶୀଘ୍ର ଏହି ଘଟଣାର ତଦନ୍ତ କରାଯିବ।

 

ବିଜେପି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯାଜପୁର : କରୋନା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି ପରିଶ୍ରମ କରୁଥିବା ଡାକ୍ତର, ପାରାମେଡିକଲ୍ ଷ୍ଟାଫ୍, ଅଗ୍ନିଶମ କର୍ମଚାରୀ, ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ ଓ ପୋଲିସ ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି କୋରେଇ ତରଫରୁ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ପ୍ରଶଂସା ପତ୍ର ଦେଇଛନ୍ତି ।
 ଏହି ବିପଦ ସମୟରେ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ସମଗ୍ର ଥାନା ଅଂଚଳରେ ଧନଜୀବନ ସୁରକ୍ଷା ଓ ପୋଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି । କରୋନା ରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ବିଭିନ୍ନ ଗାଁକୁ ଗସ୍ତକରି ଲୋକଙ୍କୁ ସଚେତନ କରାଉଛନ୍ତି ।
ଏହି କ୍ରମରେ ଆଜି ବିଜେପି ପକ୍ଷରୁ ପାଣିକୋଇଲି ଥାନା ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମାସ୍କ୍, ସାନିଟଇଜର୍, ସାବୁନ୍ ପ୍ରଦାନ କରାଯାଇଥିଲା । ବିଜେପିର ପ୍ରତିନିଧି ମଣ୍ଡଳରେ ଯୁବନେତା ବିକ୍ରମ ବିଶ୍ଵାଳ, ମଣ୍ଡଳ ସଭାପତି ପ୍ରସାଦ ସାହୁ, ଲଲାଟେନ୍ଦୁ ନାୟକ, ଶଶୀଭୂଷଣ ସେନାପତି, କରୁଣାକର ମାଝୀ, ଟୁକୁନା ରଣା ପ୍ରମୁଖ ଉପସ୍ଥିତ ଥିଲେ ।

 

ଲକ ଡାଉନ ରେ ଖାଁ ଖାଁ ଦିଶୁଛି  ମାଜୀଦାବାଦ


ଯାଜପୁର କୋରାଇ ବ୍ଲକ ଅନ୍ତର୍ଗତ ହାଳଡିଗଡିଆ ଗ୍ରାମ ପଂଚାୟତ ର ମଜୀଦାବାଦ ରେ ଆଉ ସେ ଦେଖି ବାକୁ ମିଳୁନାହିଁ ବଣ ଭୋଜି, ବୋଟିଙ୍ଗ ର ଓ ଦୋଳି ର ମଜା ! ଦେଶ ସାରା ଲକ ଡାଉନ ଯୋଗୁଁ ଖାଁ ଖାଁ ହୋଇ ଯାଇଛି ସତେରେ ମହାମାରୀ କରୋନା ପାଇଁ କୁନି କୁନି ପିଲା ଙ୍କ ମନ ହସ ଖୁସି ଉଡାଇ ଦେଇଛି !ପ୍ରତେକ ବର୍ଷ ଏଠାରେ  ଗ୍ରୀଷ୍ମ କାଳୀନ ଓ ନବ ବର୍ଷ  ରେ କୁନି କୁନି ପିଲା ମାନେ ସ୍କୁଲ ଛୁଟି ହେଲା ପରେ ଆଖ ପାଖ ଆଂଚଳ ରୁ ବଣ ଭୋଜି  ବଂଶୀ ରେ ମାଛ ଧରିବା  ସହ ବୋଟିଙ୍ଗ ର ମଜା ନେବା କୁ ଆସନ୍ତି !କିନ୍ତୁ ମହାମାରୀ କରୋନା ପାଇଁ ଏବର୍ଷ ଜଳ କ୍ରୀଡା ସହ ବଣ ଭୋଜି ବନ୍ଦ କରିଦିଆ  ଯାଇଛି ପାର୍କ ର ମାଲିକ ମହମ୍ମଦ ସହିଦ ONA ଖବର ସଂସ୍ଥା କୁ ସୂଚନା ଦେଇଛନ୍ତି !

-ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking