ଯାଜପୁର: ମଳୟ ବଦଳ ରେ ଝାଂଜି ପବନ ବହୁଛି !କୋକିଳ ର ରାବ ପୂର୍ବ ପରି ଶୁଭୁନାହିଁ ଦଳ ଉତ୍ସବ ଫିକା !ଯାଜପୁର ଅଭିମନ୍ୟୁ ମିଶ୍ର ପଗୁଣ ଚୈତ୍ର ଦୁଇ ମାସ ବସନ୍ତ ଋତୁ ପ୍ରକୃତି ର ବିଚିତ୍ର ଗତି ଏହି ଦୁଇ ମାସ ମଳୟ ପବନ ବହିବା ସହିତ ନାନା ବେ ରଙ୍ଗ ର ଫୁଲ ଫୁଟି ପ୍ରକୃତି ରାଣୀ ର ଶୋଭବଧନ କରି ଥାଏ !ଆମ୍ବ ଗଛ ରେ କୋଇଲି ହଳଦୀ ବସନ୍ତ ର ରାବ ମନ କୁ ଆଲାଦିତ କରି ଥାଏ !ସମସ୍ତ ଙ୍କ ମନ ରେ ସୁଖ ଭାରି ଥାଏ ଚଳିତ ବର୍ଷ ଟାଣ ଖରା ସାଙ୍ଗ କୁ ଝାଂଜି ପବନ ବୋହିବା କୁ ଲାଗିଛି ବସନ୍ତ ର ମନତାଣିଆ ପବନ ଉପଭୋଗ କରିବା ରୁ ଲୋକ ମାନେ ବଞ୍ଚିତ ହେଉଛନ୍ତି ରାଧା କୃଷ୍ଣ ଙ୍କର ଦୋଳ ଉତ୍ସବ ଏ ବର୍ଷ ଫିକା ପଡିଛି !ଭୂମି ର ଜଳ ସ୍ତର ହ୍ରାସ ପାଇଁ ଥିବାରୁ ଜଳ ସ୍ତର ହ୍ରାସ ପାଇଥିବାରୁ ପାନୀୟ ଜଳ ସଙ୍କଟ ଦେଖା ଦେଇଛି !ନାଳ କୂପ ଗୁଡିକ ରେ ଆବଶ୍ୟକ ମୁତାବକ ପାଣି ବାହାରୁ ନାହିଁ ପାଣି ଅଭାବ ଯୋଗୁଁ ଫୁଲ ଫୁଟୁ ନାହିଁ କୋଇଲି ର ମଧୁର ରାବ ଶୁଭୁ ନାହିଁ !ରାଧାକୃଷ୍ଣ ଙ୍କ ଫଗୁ ଯାତ୍ରା କୋଭିଡି କଟକଣା ରେ ହେଉଛି ଋତୁ ମଧ୍ୟ ରେ ବସନ୍ତ ଋତୁ ସାର ସତରେ ଯେପରି ଋତୁ ରାଜ ବସନ୍ତ କୁ କରୋନା ମହାମାରୀ ପ୍ରଭାବ ଯୋଗୁଁ ବସନ୍ତ ଋତୁ ଶ୍ରୀହୀନ ହୋଇ ପଡିଛି !ଫଗୁ ଯାତ୍ରା କୁ ପାରମ୍ପରିକ ଅନୁଯାଇ କୋଭିଡି କଟକଣା କୁ ମାନି କଣ୍ଟଛାଁଟ କରାଯାଇଛି ଗାଁ ଗହଳି ରେ ରାଧାକୃଷ୍ଣ ଵିଭାନ ଅଭିର ଓ ସଂ କ୍ରିତନ ଫିକା କରି ଦେଇଛି !ସମସ୍ତଙ୍କ ମନ ରେ କରୋନା ର ଭୟ ଘାରିଛି ଅନ୍ୟ ପକ୍ଷ ରେ ପାନୀୟ ଜଳ ସଙ୍କଟ ଯୋଗୁଁ ସକାଳ ହେଲେ ଲୋକ ଙ୍କ ପାଣି ଚିନ୍ତା ଯାଜପୁର ଜିଲ୍ଲା ର କୋରେଇ, ସୁକିନ୍ଦା, ବଡ଼ଚଣା, ଧର୍ମଶାଳା ଅଂଚଳ ର କେତେକ ଅଂଚଳ ରେ ପାନୀୟ ଜଳ ର ଘୋର ଅଭାବ ଦେଖା ଦେଇଛି ବିଶେଷ କରି କୋରେଇ ଓ ସୁକିନ୍ଦା ବ୍ଲକ ରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଛି ପଡିଛି ରାଜନେତା ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା କାରଣ ସାଜିଛି !ବସନ୍ତ ଋତୁ କୁ ତାତି ଝାଂଜି ପବନ ଛଡାଇ ନେଇଛି !ବସନ୍ତ ଋତୁ ମୁଖ୍ୟ ପର୍ବ ଦୋଳ ଯାତ୍ରା କରୋନା ଚଡକ ରେ ଲୋକ ମାନଙ୍କ ର ଆନନ୍ଦ ଉଲ୍ଲାସ ଛଡାଇ ନେଇଛି !