ଯାଜପୁର (ଓଏନଏ): ବିଦ୍ୟୁତ ବିଲ ଆଦାୟକୁ ନେଇ ବିଦ୍ୟୁତ କର୍ମଚାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ସଂଘର୍ଷ ଉପୁଜି ଥିଲା। ଜାତିଆଣ ଆରୋପକୁ ନେଇ ସଂଘର୍ଷର ରୋଚକ ପରିସ୍ଥିତ ସୃଷ୍ଟି ହୋଇଥିଲା lମାତ୍ର ସାତହଜାରପାଞ୍ଚଶହଟଙ୍କାର ବିଲ ଆଦାୟକୁ ନେଇ ରଣକ୍ଷେତ୍ର ପାଲଟି ଥିଲା ସେହି ସ୍ଥାନ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାଇ ଥାନା ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର ନୂଆଗଡ ଗ୍ରାମରେ। ସୂଚନା ମୂତାବକ ନୂଆଗଡ ଗ୍ରାମର ବିଶ୍ଵନାଥ ଗୁରୁ ଘରେ ନ ଥିବା ଅବସ୍ଥାରେ କୋରାଇ ବିଦ୍ୟୁତ ସେକେସନର ଲାଇନମେନ ତାରିଣୀ ରାଉତ ଓ କେତକ କର୍ମଚାରୀ ବିଦ୍ୟୁତ ବିଲ ଆଦାୟ ପାଇଁ ଆସିଥିଲେ l ସମସ୍ତ ବାକିଆ ପାଉଣା ଦେବା ପାଇଁ କହି ଥିଲେ ।ଶ୍ରୀ ଗୁରୁଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭା ଗୁରୁ ଦୁଇହଜାର ଟଙ୍କା ବିଲ ଦେୟ ବାବଦକୁ ଦେବା ପାଇଁ କହିଲେ। କିନ୍ତୁ ବିଦ୍ୟୁତ କର୍ମଚାରୀମାନେ ସମସ୍ତ ବାକିଆ ଟଙ୍କା ଦେବା ପାଇଁ ଜିଦଧରି ଟଙ୍କା ନଦେଲେ ଯିବୁ ନାହଁ ବୋଲି ଜିଦ ଧରିଥିଲେ l ମହିଳା ଜଣକ ଅନଲାଇନରେ ପେମେଣ୍ଟ କରିଥିଲେ, କିନ୍ତୁ ଲାଇନ ବିଛିନ୍ନ କରିବାରୁ ବଚସା ହୋଇଥିଲା lପରେ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପୁଣି ସେଠାକୁ ଆସି ମହିଳାଙ୍କୁ ଦୁର୍ବ୍ୟବହାରବହାର କରିଥିବାର ମହିଳା ଜଣକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାଙ୍କ କହିବା ମୂତାବକ ତାଙ୍କ ଦେଢ଼ସୁର ବାବୁଲାଲ ଗୁରୁ ଆସି ଏହାକୁ ବିରୋଧ କରି ଥିଲେ ।ଶ୍ରୀଗୁରୁଙ୍କୁ ଗାଳି ଗୁଲଜ କରିଥିଲେ ଓ ଦଳିତ ମାନଙ୍କ ଲାଇନି କାଟିଦେବା ପାଇଁ ଧମକ ଦେଇ ଥିଲେ। ଫଳରେ ରୋଚକ ମୋଡ ନେଇ ଥିଲା l ଉଭୟ ପକ୍ଷ କୋରାଇ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗକୁ ଭିତ୍ତିକରି ଦୁଇଟି ମାମଲା ରୁଜୁ କରିଛନ୍ତି। ଆଜି ଭୀମସେନ ପ୍ୟାଲେସରେ ବାବୁଲାଲ ଗୁରୁ ଓ ତାଙ୍କ ଭାଇ ବୋହୁ ସ୍ୱର୍ଣ୍ଣପ୍ରଭା ଗୁରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ବିଭାଗର ଲାଇନମେନ ଓ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ନିନ୍ଦିତ କରିବା ସଂଗେ ଜାତିକୁ ନେଇ ଗାଳି ଗୁଲଜ କଲେ ଓ ମାଡ ମାରିଲେ ।ସେ ସମ୍ପର୍କରେ ସୂଚନା ଦେଇଥିଲେ ।ସେ ଦଳିତ ପରିବାର ହୋଇ ଥିବାରୁ ବିଦ୍ୟୁତ ବିଭାଗ ତାଙ୍କ ପରିବାର ପ୍ରତି ଯେଭଳି ଭାବେ ଅମାନୁଷିକ ବ୍ୟବହାର ଓ କାର୍ଯ୍ୟ କରିଛନ୍ତି ସେଥିରେ ତାଙ୍କର ସମ୍ମାନ ହାନି ଘଟିଲା ।ସେ ସମସ୍ତ ବିଲ ପରିଶୋଧ କରିଥିଲେ ମଧ୍ୟ ଏଯାଏ ଆକ୍ରୋଶ ମନ ଭାବ ରଖି ବିଦ୍ୟୁତ ଲାଇନି ସଂଯୋଗ କରିବା କେତେ ଦୂରୁ ଅଇନି ସମିଚିନ ଏ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା lଲକ୍ଷଲକ୍ଷ ଟଙ୍କା ଅନ୍ୟ ମାନଙ୍କ ଉପରେ ବାକି ଥିଲା ବେଳେ, ତାଙ୍କ ପରିବାର ଉପରେ ବିଦ୍ୟୁତ ବିଭାଗର ଜୁଲୁମ ,ଦଳିତ ଜାତି ହୋଇ ଥିବାରୁ ଏପରି କରାଗଲା lସେ ମାନବାଧିକାର କମିସନ ନିକଟରେ ନ୍ୟାୟ ପାଇଁ ଫେରାଦ ହେବେ l ବିଦ୍ୟୁତ ବିଭାଗର ଜୁଲମ ଓ ଜାତିଆଣ ଆରୋପ ପ୍ରତିବାଦ କରି ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବେ l ନ୍ୟାୟ ନ ମିଳିଲେ ପରିବାର ବର୍ଗ ସହ ଅନଶନ କରିବେ ବୋଲି ଶ୍ରୀ ଗୁରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଚନ୍ତି l
କ