29.1 C
Bhubaneswar
Thursday, August 27, 2026
Homeଓଡିଶାଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ବର: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୦୧୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡୁଥିବା କଥା ଉଲ୍ଲେଖ କରିଥିଲେ।ଜଗମୋହନ ପୂର୍ବରୁ କଟକ ଡିସିପି, ଅନୁଗୋଳ ଓ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୦୧୩ରେ ଆଇପିଏସ ପାଇବା ପରେ ସେ କଳାହାଣ୍ଡି ଜିଲାର କେସିଙ୍ଗା ଏସ୍‌ଡିପିଓ ଭାବେ କାମ ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking