29.6 C
Bhubaneswar
Monday, June 29, 2026
Homeଓଡିଶାଭାସ୍କରଙ୍କୁ ଧୋଇଲେ ଜଗନ୍ନାଥ ସାରକା

ଭାସ୍କରଙ୍କୁ ଧୋଇଲେ ଜଗନ୍ନାଥ ସାରକା

ରାୟଗଡା: ରାୟଗଡା ଜିଲ୍ଲା ବିଜେଡି ତରଫରୁ ଆଜି ହୋଟେଲ କୈଳାସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଅଧ୍ୟକ୍ଷତା କରି ପୂର୍ଵତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓଙ୍କ ଉପରେ ବର୍ଷିଥିଲେ। ନିଜ ସ୍ୱାର୍ଥ ପାଇଁ ଭାସ୍କର ରାଓ ଦଳ ଛାଡିଥିବା ବେଳେ ଅଯଥା ଦଳ ଓ ନେତୃତ୍ୱ ଉପରେ ଯେଉଁ ଆରୋପ ଲଗାଇଛନ୍ତି ତାକୁ ଖଣ୍ଡନ କରିଛନ୍ତି ଜଗନ୍ନାଥ ସାରକା। ଭାସ୍କର ରାଓ ଦଳ ଛାଡିବା ପରେ ରାୟଗଡା ଜିଲ୍ଲାରେ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ପ୍ରକାସ କରିଥିଲେ ଜଗନ୍ନାଥ ସାରକା । ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣୁପୁରର ପୂର୍ଵତନ ବିଧାୟକ ରଘୁନାଥ ଗମାଙ୍ଗ, ବିଜେଡି ନେତା ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ,ପୌର ଅଧ୍ୟକ୍ଷା ଶୁଭ୍ରା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡ଼ୁ, ବ୍ରଜ ସୁନ୍ଦର ନାୟକ, ଜି, ଗୌରୀ ଶଙ୍କର, ଦେବାଶିଷ ଖାଡ଼ଙ୍ଗା, ଅନୁସୂୟା ମାଝୀ, ଅଶ୍ୱିନୀ ଗମାଙ୍ଗ, ସତ୍ୟ ପାଢ଼ୀ, ଦେବ ଦତ ନନ୍ଦ, ସୋନୋଷ ରଥ,ଗଗନ ଆଚାର୍ଯ୍ୟ,ବୁଲା ପାଢ଼ୀ, ବନି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking