33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୨୧୫ କୋଟିରେ ବିକ୍ରିହେବ ଇଭାନା ଟ୍ରମ୍ପ୍‌ଙ୍କ ବଙ୍ଗଳା

୨୧୫ କୋଟିରେ ବିକ୍ରିହେବ ଇଭାନା ଟ୍ରମ୍ପ୍‌ଙ୍କ ବଙ୍ଗଳା

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପୂର୍ବତନ ପତ୍ନୀ ଇଭାନା ଟ୍ରମ୍ପ୍‌ଙ୍କ ମ୍ୟାନ୍‌ହଟନ୍‌ରେ ଥିବା ୮,୭୨୫ ବର୍ଗଫୁଟର ଅଲିଶାନ୍ ବଙ୍ଗଳା ବିକ୍ରି ହେବ । ବ୍ରୋକିଂ ଫାର୍ମ ବଙ୍ଗଳାର ମୂଲ୍ୟ ୨୧୫ କୋଟି ଟଙ୍କା ରଖିଛି । ବିକ୍ରି ଲବ୍ଧ ଅର୍ଥ ଇଭାନା ଓ ଡୋନାଲ୍ଡ ଟ୍ରମ୍ପ ତିନି ସନ୍ତାନ ଡୋନାଲ୍ଡ ଟ୍ରମ୍ପ ଜୁନିୟର, ଏରିକ୍ ଟ୍ରମ୍ପ୍ ଏବଂ ଇଭାଙ୍କା ଟମ୍ପ୍‌ଙ୍କ ମଧ୍ୟରେ ବଣ୍ଟାଯିବ । ୬୪ତମ ଷ୍ଟ୍ରୀଟ୍‌ରେ ଥିବା ୫ ବେଡ୍‌ରୁମ୍‌, ୫ ବାଥ୍‌ରୁମ୍ ବିଶିଷ୍ଟ ବଙ୍ଗଳାର ଇଣ୍ଟେରିୟର୍ ଅଶୀ ଦଶକର ।

ଇଭାନା ଏହି ବଙ୍ଗଳାକୁ ୧୯୯୨ରେ ମାତ୍ର ୨୦ କୋଟି ଟଙ୍କାରେ କିଣିଥିଲେ । ସେହିବର୍ଷ ତାଙ୍କର ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହିତ ଛାଡ଼ପତ୍ର ହୋଇଥିଲା । ୨୦୨୨ ଜୁଲାଇରେ ଇଭାନାଙ୍କୁ ସେହି ବଙ୍ଗଳାରୁ ମୃତ ଭାବେ ଉଦ୍ଧାର କରାଯାଇଥିଲା । ମ୍ୟାନ୍‌ହଟନ୍ ଆପାର୍ଟମେଣ୍ଟ୍ ସିଢ଼ିରୁ ଖସିପଡ଼ି ୭୪ ବର୍ଷୀୟା ଇଭାନା ଗୁରୁତର ଭାବେ ଆହତ ହୋଇଥିଲେ । ଏହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking