32.1 C
Bhubaneswar
Wednesday, September 18, 2024
Homeଓଡିଶାସେଲଫି ନେବା ହେଲା କାଳ , ଚାଲିଗଲା ଯୁବକଙ୍କ ଜୀବନ

ସେଲଫି ନେବା ହେଲା କାଳ , ଚାଲିଗଲା ଯୁବକଙ୍କ ଜୀବନ

କଟକ : ସେଲଫି ନେବା ହେଲା କାଳ , ଚାଲିଗଲା ଯୁବକଙ୍କ ଜୀବନ । ସେଲଫି ନେବା ସମୟରେ ଜଳପ୍ରପାତରେ ବୁଡ଼ିଗଲେ ଜଣେ ବାଳକ । ଏପରି ଏକ ଅଭାବନୀୟ ଘଟଣା କଟକ ଦେଓଝର ଜଳପ୍ରପାତରେ ଘଟିଛି । ଏ ପର୍ଯ୍ୟନ୍ତ ବାଳକର କୌଣସି ଖୋଜ ଖବର ମିଳିନାହିଁ । ସୂଚନା ଅନୁସାରେ, କଟକ ଜିଲ୍ଲାର ଦେଓଝର ଜଳପ୍ରପାତ ବୁଲିବା ପାଇଁ ଭୁବନେଶ୍ବରରୁ ଗୌତମ ସ୍ବାଇଁଙ୍କ ପରିବାର ଲୋକ ଯାଇଥିଲେ । ଏହି ସମୟରେ ତାଙ୍କ ପୁଅ ଦେଓଝର ଜଳପ୍ରପାତରେ ଗାଧୋଉଥିବା ସମୟରେ ଫଟୋ ଉଠାଉଥିଲା । ଯେଉଁ କାରଣରୁ ସେ ବୁଡି ଯାଇଥିଲା । ପରିବାର ଲୋକ ଖୋଜାଖୋଜି କରି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବାଳକକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାଳକର କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking