ଭୁବନେଶ୍ୱର : ଆଉ ୨୪ ଘଣ୍ଟା ପ ର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ । ପ୍ରାୟ ୫୦ ଟି ନଦୀ ବନ୍ଧ ଘଳିଆ ବନ୍ଦ ହୋଇ ପାରିଛି । ୫ ଟି ସ୍ଥାନରେ ଘାଇ ହୋଇଛି କହିଲେ ଇଆସି ବିଜୟ ମିଶ୍ର । ବଡମ୍ବା ନରସିଂହପୁର ନିକଟ ମହାନଦୀ , ଲୁଣା ଓ ମକରା ନଦୀରେ ଘାଇ ହୋଇଛି । କାଣୀ , ରାଜୁଆ ସହ କୁଶଭଦ୍ରା ନଦୀରେ ଘାଇ ହୋଇଥିବା ସୂଚନା ରହିଛି । ଜଳ ପ୍ରବାହ କମିବା ପରେ ଘାଇ ଗୁଡିକର ମରାମତି ଆରମ୍ଭ ହେବ । ଦିନ ୯ ଟା ସୁଦ୍ଧା ମୁଣ୍ଡଳିରେ ୧୧.୭୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ । ଖଇରମାଳାରେ ୯.୮୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ହୀରାକୁଦର ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ହୀରାକୁଦ ଜଳଭଣ୍ଡାରରେ ଅଧିକ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୭ ହଜାର ୬୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳ ଭଣ୍ଡାରରୁ ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରରେ ଏବେ ୬୨୬ .୫୭ ଫୁଟ ଜଳସ୍ତର ରହିଛି । ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ ବଢୁଛି ଜଳ ପ୍ରବାହ । ଏବେ ବି ମୁଣ୍ଡଳିରେ ଜାରି ରହିଛି ପିକ୍ ଫ୍ଲୋ । ପ୍ରତି ସେକେଣ୍ଡରେ ମୁଣ୍ଡଳିରେ ୧୨ ଲକ୍ଷ ୧ ହଜାରେ ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହା ଫଳରେ ତଳିଆ ଅଞ୍ଚଳର ଅନେକ ଗାଁ ଏବେ ଜଳମଗ୍ନ ହୋଇଛି ।