24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶ୧୦୦ ବର୍ଷ ପୂର୍ବେ ବୁଡିଥିଲା, ବର୍ତ୍ତମାନ ଖୋଜା ଚାଲିଛି

୧୦୦ ବର୍ଷ ପୂର୍ବେ ବୁଡିଥିଲା, ବର୍ତ୍ତମାନ ଖୋଜା ଚାଲିଛି

କେପ୍‌ଟାଉନ:  ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବେ ସମୁଦ୍ରରେ ବୁଡିଯାଇଥିବା ଗୋଟିଏ ଜାହାଜକୁ ଠାବ କରିବାକୁ ବର୍ତ୍ତମାନ ଉଦ୍ୟମ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଆଣ୍ଟାର୍କଟିକା ମହାଦେଶ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ‘ଏଣ୍ଡ୍ୟୁରାନ୍ସ’ ନାମକ ଏକ ଜାହାଜ ସେଠାକୁ ଯାତ୍ରାରମ୍ଭ କରିଥିଲା ।

ତେବେ ୱେଡେଲ୍ ସମୁଦ୍ରରେ ରହିଥିବା ବରଫ ପାହାଡ ସହ ଧକ୍କା ହେବାପରେ ଜାହାଜଟି ଆଣ୍ଟାର୍କଟିକା ଉପକୂଳରେ ବୁଡିଯାଇଥିଲା । ବର୍ତ୍ତମାନ ଘଟଣାର ଏକ ଶହରୁ ଅଧିକ ବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଏହି ଜାହାଜର ସନ୍ଧାନ ନେବାକୁ ‘ଫକ୍‌ଲାଣ୍ଡ୍‌ସ ମାରିଟାଇମ ହେରିଟେଜ୍ ଟ୍ରଷ୍ଟ’ ପକ୍ଷରୁ ଆଉ ଏକ ଜାହାଜ ଶନିବାର କେପ୍‌ଟାଉନରୁ ଯାତ୍ରାରମ୍ଭ କରିଛି । ଏସ୍‌.ଏ.ଅଗୁଲହାସ୍‌ଙ୍କ ନେତୃତ୍ୱରେ ଏକ ୪୬ ଜଣିଆ ନାବିକ ଦଳ ଏବଂ ୬୪ ଜଣିଆ ବିଶେଷଜ୍ଞ ଦଳ ଏହି ଜାହାଜରେ ଯାତ୍ରା କରିଥିବା କୁହାଯାଇଛି ।

୪୫ ଦିନ ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ ଏହି ଦଳ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଇଛି । ଆଣ୍ଟାର୍କଟିକା ପହଞ୍ଚିବା ରାସ୍ତାରେ ବାଧା ସୃଷ୍ଟି କରୁଥିବା ବିରାଟ ବରଫଖଣ୍ଡର ମୁକାବିଲା କରିବାକୁ ସେମାନେ ସାଙ୍ଗରେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ନେଇଥିବା ଜଣାପଡିଛି । ଏଣ୍ଡ୍ୟୁରାନ୍ସ ଜାହାଜ ୱେଡେଲ୍ ସମୁଦ୍ରରେ ବରଫ ପାହାଡ ସହ ଧକ୍କା ଖାଇବାପରେ ପ୍ରାୟ ୧୦ ମାସ ଧରି ଭାସମାନ ଅବସ୍ଥାରେ ରହି କ୍ରମଶଃ ବୁଡିବାରେ ଲାଗିଥିଲା । ଶେଷରେ ସମୁଦ୍ରଗର୍ଭର ୩୦୦୦ ମିଟର ତଳେ ଜାହାଜଟି ଜଳସମାଧି ଲାଭ କରିଥିଲା ।

ତେବେ ଏହି ଜାହାଜରେ ଯାତ୍ରା କରୁଥିବା ସମୁଦ୍ର ବିଜ୍ଞାନୀ ଏର୍ନେଷ୍ଟ ସ୍କେଲିଟାନ୍ ଓ ତାଙ୍କର ସହଯୋଗୀମାନେ ଆଶ୍ଚର୍ଯ୍ୟଜନକଭାବେ ଅନ୍ୟ ବୋଟ୍ ସାହାଯ୍ୟରେ ନିଜକୁ ରକ୍ଷା କରିପାରିଥିଲେ । ଯେଉଁ ସ୍ଥାନରେ ଏଣ୍ଡ୍ୟୁରାନ୍ସ ବୁଡିଥିଲା, ତାହା ବିଶ୍ୱର ସବୁଠାରୁ ବିପଜ୍ଜନକ ଜଳପଥ ବୋଲି ସନ୍ଧାନକାରୀ ଦଳର କ୍ୟାପଟେନ୍ କହିଛନ୍ତି । ଏହାସତ୍ତ୍ୱେ ଘଟଣାସ୍ଥଳରେ ପହଞ୍ଚି ବୁଡିଯାଇଥିବା ଜାହାଜ ସମ୍ପର୍କରେ ତଥ୍ୟ ହାସଲ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking