31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଗୁଟ୍‌ଖା ପାଇଁ ସ୍ତ୍ରୀକୁ ଛାଡିଲା ସ୍ୱାମୀ

ଗୁଟ୍‌ଖା ପାଇଁ ସ୍ତ୍ରୀକୁ ଛାଡିଲା ସ୍ୱାମୀ

ନୂଆଦିଲ୍ଲୀ: ଗୁଟ୍‌ଖା ଖାଇବା ସ୍ତ୍ରୀ ପାଇଁ ସାଜିଲା କାଳ  । ଗୁଟ୍‌ଖା ଚୋବେଇ ଘରେ ଏଣେତେଣେ ଛେପ ପକାଉଥିଲେ । ଏ କଥା ଜାଣିବା ପରେ ସ୍ତ୍ରୀକୁ ନେଇ ବାପଘରେ ଛାଡି ଆସିଲା ସ୍ବାମୀ । ଗୁଟ୍‌କା ଖିଆ ସ୍ତ୍ରୀ ସହ ଆଉ ଏକାଠି ରହିବେନି ବୋଲି ସଫା ସଫା ଶୁଣାଇ ଦେଲେ । ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ତେବେ ଯୁବକ ଜଣକ ନିଜ ସ୍ତ୍ରୀକୁ ଗୁଟ୍‌ଖା ଛାଡିବାକୁ ବହୁଥର ବୁଝାସୁଝା କରିଥିଲେ । ତଥାପି ସ୍ତ୍ରୀ ନିଜେ ଯାଇ ଦୋକାନରୁ ଗୁଟ୍‌ଖା କିଣି ଖାଇବା ପରେ ସାହି ପଡ଼ିଶା ଟାହିଟାପରା କରିବା ଆରମ୍ଭ କରିଦେଇଥିଲେ । ଏଥିରେ ବିରକ୍ତ ହୋଇ ଯୁବକ ନିଜ ସ୍ତ୍ରୀ’ଠାରୁ ଅଲଗା ହେବାକୁ ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଛନ୍ତି ।

୮ ମାସ ତଳେ ଯୁବକଙ୍କ ବିବାହ ହୋଇଥିଲା । ସେ ଜୋତା କାମ କରି ପରିବାର ପୋଷନ୍ତି । ବାହା ହେବା ପରେ ନବ ବିବାହିତ ପତ୍ନୀ ସହ ଖୁବ୍ ଖୁସିରେ ରହୁଥିଲେ ଯୁବକ । ହେଲେ ପତ୍ନୀଙ୍କ ଗୁ୍ଟ୍‌ଖା ନିଶା ଏବେ ତାଙ୍କର ସଂସାର ଭାଙ୍ଗି ଦେଇଛି । ଏନେଇ ଯୁବକ ଜଣକ କୁହନ୍ତି, ବାହାଘରେ ବେଳେ ସେ ସ୍ତ୍ରୀଙ୍କର ଗୁଟଖା ଅଭ୍ୟାସ ବିଷୟରେ ଜାଣିନଥିଲେ । ବାହାଘର ପରେ ଦୁହେଁ ଭାରି ଖୁସିରେ ଥିଲେ । ହେଲେ କିଛି ଦିନ ପରେ ତାଙ୍କ ସ୍ତ୍ରୀ ଗୁଟଖା ଖାଉଥିବାର ଜାଣିବାକୁ ପାଇଲେ । ସ୍ତ୍ରୀ ଗୁଟଖା ଖାଇ ଘର ଭିତରେ ଏଠିସେଠି ଛେପ ପକାଉଥିଲେ ଓ ଅଳିଆ କରୁଥିଲେ । ଏଥିପାଇଁ ସେ ଖୁବ୍ ବିରକ୍ତ ହେଉଥିଲେ । ଅନେକ ଥର ସ୍ତ୍ରୀକୁ ଗୁଟ୍‌କା ନ ଖାଇବାକୁ ବୁଝାଇଥିଲେ । ହେଲେ ସେ ଶୁଣିବା ବଦଳରେ ଓଲଟା ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ ।

ନବୁଝିବାରୁ ଯୁବକ ନିଜ ସ୍ତ୍ରୀକୁ ତାଙ୍କର ବାପଘରକୁ ପଠାଇ ଦେଇଥିଲେ ଓ ତାଙ୍କ ବାପାମାଆଙ୍କୁ ସବୁ କଥା କହିଥିଲେ । ଏହାପରେ ଆଉ କେବେ ବି ଗୁଟ୍‌ଖା ଖାଇବେନି ବୋଲି ସ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶାଶୁଘରକୁ ଫେରିବା ପରେ ପୁଣିଥରେ ଗୁଟ୍‌କା ଚୋବାଇ ଛେପ ପକାଉଥିଲେ । ତେଣୁ ପୁଣିଥିରେ ଯୁବକ ନିଜ ସ୍ତ୍ରୀକୁ ବାପଘରେ ଛାଡି ଆସିବା ସହ ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking