ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ସାମରିକ ଆକ୍ରମଣ । ଆକ୍ରମଣ ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।ଶନିବାର ଆକ୍ରମଣ ପରେ ମାର୍ଗଦର୍ଶିକା ଜାରି କଲେ ଇସ୍ରାଏଲ ସରକାର । ତେହେରାନରେ ଶୁଭିଲା ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ । ଏନେଇ ଇସ୍ରାଏଲରେ ଜାରି ହେଲା ଜରୁରୀକାଳୀନ ସ୍ଥିତି । ତେହେରାନର ମଧ୍ୟ ଭାଗରେ ଶକ୍ତିଶାଳୀ ବିସ୍ଫୋରଣ ହେଇଛି । ଇରାନ ପଟରୁ ପାଲଟା ମିସାଇଲ ଆକ୍ରମଣ ଆଶଙ୍କା କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଇରାନର ରାଜଧାନୀ ତେହେରାନ ସହରରୁ ଏକ ବିସ୍ଫୋରଣରୁ ଘନ ଧୂଆଁ ଉଠିଥିବା ଦେଖାଯାଇଥିଲା। ବିସ୍ଫୋରଣ ହୋଇଥିବା ବେଳେ କ୍ଷୟକ୍ଷତି କିମ୍ବା ସମ୍ଭାବ୍ୟ ମୃତାହତଙ୍କ ବିଷୟରେ ଅଧିକ ବିବରଣୀ ପ୍ରଦାନ କରିନାହିଁ। ଇରାନ ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ। ଏହି ବିସ୍ଫୋରଣ ଏପରି ସମୟରେ ଘଟିଛି ଯେତେବେଳେ ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୂର୍ବରୁ ଅଧିକ ରହିଛି।










