16.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶରଫାରେ ଇସ୍ରାଏଲର ଆକ୍ରମଣ; ୨୮ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ରଫାରେ ଇସ୍ରାଏଲର ଆକ୍ରମଣ; ୨୮ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅସ୍ତ୍ରବିରତି ବନ୍ଦ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଦକ୍ଷିଣ-ଗାଜାରେ ଆକ୍ରମଣ ଆରମ୍ଭ କରିଛି । ଗତକାଲି ମଧ୍ୟରାତ୍ରି ଓ ଆଜି ପୂର୍ବାହ୍ନରେ ଦକ୍ଷିଣ ଗାଜା ଓ ଇଜିଷ୍ଟ ସୀମା ନିକଟବର୍ତ୍ତୀ ରଫା ବର୍ଡର ପୋଷ୍ଟ ଏରିଆରେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ ୨୮ ପାଲେଷ୍ଟାନୀୟଙ୍କର ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତର ଗାଜାରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହେବା ପରେ ଗାଜାବାସୀ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ ହୋଇଥିଲେ । ସେମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ଏବେ ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ନିକଟରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଏହି ଅବଧି ମଧ୍ୟରେ ଉଭୟ ପକ୍ଷ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ କରିବା ସହ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ । ରେଡକ୍ରସ ଓ ଅନ୍ୟ କିଛି ଦେଶର ପ୍ରତନିଧିଙ୍କ ମାଧ୍ୟମରେ ଏହି ପ୍ରତ୍ୟର୍ପଣ ହୋଇଥିଲା । ମାତ୍ର କିଛି ଦିନ ପରେ ପୁଣି ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରିଥିଲେ ଉଭୟ ଇସ୍ରାଏଲ ଓ ହମାସ ।

ନିକଟରେ କିଛି ମାସ ହେବ ଇସ୍ରାଏଲ ସେନା ଆକ୍ରମଣକୁ କୋହଳ କରିଥିଲା । ଗତକାଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅସ୍ତ୍ରବିରତି ବନ୍ଦ ଘୋଷଣା କରିବା ସହ ପୁଣି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ରଫା ବର୍ଡରରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ ସେନା । ସୂଚନା ଅନୁସାରେ, ଗତକାଲି ଓ ଆଜି ମଧ୍ୟରାତ୍ରିଠାରୁ ରଫାରେ କ୍ରମାଗତ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏଥିରେ ପ୍ରାୟ ୧୦ ଶିଶୁଙ୍କ ସହ ୨୮ ଜଣଙ୍କ ପ୍ରାଣହାନୀ ଘଟିଛି । ମୃତକଙ୍କ ମଧ୍ୟରେ ପ୍ରାୟ ୩ ପରିବାରର ସଦସ୍ୟ ରହିଛନ୍ତି । ଇସ୍ରାଏଲ ସେନା ଏକ ଜନବସତି ଏରିଆକୁ ଟାର୍ଗେଟ କରିଥିବା ଗାଜା ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପଟେ ଏହି ଆକ୍ରମଣ ନେଇ ଇସ୍ରାଏଲ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଗତବର୍ଷ ଅକ୍ଟୋବର ୭ ତାରିଖରେ ‘ହମାସ’ ଆତଙ୍କୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରିଥିଲା । ଏଥିରେ ପ୍ରାୟ ୧୪ ଶହ ଇସ୍ରାଏଲୀ ପ୍ରାଣ ହରାଇଥିଲେ । ଏହା ପରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ ୨୦ ହଜାର ଗାଜାବାସୀଙ୍କ ମୃତ୍ୟୁ ହୋଇସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking