17.1 C
Bhubaneswar
Thursday, January 2, 2025
Homeଦେଶ ବିଦେଶଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌; ୯ ଗାଁରେ ୫୦ରୁ ଉର୍ଦ୍ଧ୍ୱ ମୃତ

ଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌; ୯ ଗାଁରେ ୫୦ରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲର ବୋମାବର୍ଷା । ୯ଟି ଗାଁରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ସୂଚନା । ପ୍ରାଣ ହରାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ, ୭୨ ଜଣ ଆହତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଲେବାନନର ନ୍ୟାସନାଲ ନ୍ୟୁଜ ଏଜେନ୍ସିର ରିପୋର୍ଟ । ଲେବାନନର ଓଲାକର ଗାଁରେ ଉଗ୍ରବାଦୀ ସଂଗଠନ ହିଜବୁଲ୍‌ହାର ବଡ଼ ସମର୍ଥନ । ଲେବାନନ ବେରୁଟର ଉତ୍ତର-ପୂର୍ବାଞ୍ଚଳରେ ଏୟାର ଷ୍ଟ୍ରାଅକ୍ । ନିଆଁ ଲାଗି ଏକାଧିକ ଘର ଧ୍ୱଂସ ହୋଇଥିବା ଜଣାପଡ଼ିଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁସାରେ, ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି ।

ଗାଜାର ସେଣ୍ଟ୍ରାଲ୍ ଟାଉନ୍ ସମେତ ଡେର୍ ଅଲ୍‌-ବାଲ୍‌ହା, ନ୍ୟୁସିରତ୍ କ୍ୟାମ୍ପ ଓ ଅଲ୍‌-ଜ୍ୱାଦାରେ ଇସ୍ରାଅଲ୍ ଏୟାର୍ ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି । ଇସ୍ରାଏଲ୍ କ୍ରମାଗତ ଭାବେ ଲେବାନନ୍ ଏବଂ ଗାଜା ଉପରେ ଆକ୍ରମଣ କରୁଛି । ଲେବାନନର ନ୍ୟାସନାଲ ନ୍ୟୁଜ ଏଜେନ୍ସି (ଏନଏନଏ) ଦ୍ୱାରା ପୂର୍ବ ରିପୋର୍ଟ ଅନୁଯାୟୀ ଶନିବାରର ଅୟାରଷ୍ଟ୍ରାଇକ୍‌ରେ ମୃତ୍ୟୁ ସଂଖ୍ୟା ୧୭ ଅଧିକ ରହିଛି ।

ଏନଏନଏ କହିଛି ଯେ, ଲେବାନନରେ ଥିବା ଓଲାକର ନାମକ ଏକ ଛୋଟ ଗାଁରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଗାଁରେ ଉଗ୍ରବାଦୀ ସଂଗଠନ ହିଜବୁଲ୍‌ହାର ବଡ଼ ସମର୍ଥନ ମଧ୍ୟ ରହିଛି । ନିକଟରେ ଇସ୍ରାଏଲ ଲେବାନନର ଦକ୍ଷିଣ ଉପକଣ୍ଠ ଦହିଆରେ ହିଜବୁଲ୍‌ହା ସ୍ଥିତିକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍ କରିଥିଲା, ଯଦିଓ ଏଠାରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking