28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ: ବାଇଡେନ

ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ: ବାଇଡେନ

ହାଇଦ୍ରାବାଦ: ୫ ମାସ ଧରି ଜାରି ରହିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ । ଆସନ୍ତା ୪ ତାରିଖ ସୁଦ୍ଧା ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ଘୋଣଷା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟ ପକ୍ଷ ଯୁଦ୍ଧବିରତି ଚୁକ୍ତିର ନିକଟତର ବୋଲି ସେ କହିଛନ୍ତି । ଏନେଇ ଜୋ ବାଇଡେନ କହିଛନ୍ତି, “ମୋ ପରାମର୍ଶଦାତା କହିଛନ୍ତି, ଆମେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛୁ । ଆସନ୍ତା ୪ ତାରିଖ ସୁଦ୍ଧା ଯୁଦ୍ଧ ବନ୍ଦ ହୋଇପାରେ । ନୁୟର୍କ ସହରର ଏକ ଆଇସକ୍ରିମ ଦୋକାନରେ ହାସ୍ୟ ଅଭିନେତା ସେଠ ମେୟର୍ସଙ୍କ ସହିତ ଉପସ୍ଥିତ ଥିବା ସମୟରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଏଭଳି ବୟାନ ଦେଇଛନ୍ତି ବାଇଡେନ । ୨୦୨୩ ଅକ୍ଟୋବର ମାସ ୭ ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ହମାସ ଆତଙ୍କୀ ସଂଗଠନର ଇସ୍ରାଏଲ ଉପରେ ପ୍ରଥମେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଗାଜା ସୀମାରେ ଲଢେଇ ଜାରି ରଖିଛି ଇସ୍ରାଏଲ ।

ଏହି ଆକ୍ରମଣରେ ଗାଜା ଷ୍ଟ୍ରିପରେ ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏକ ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହମାସ ପକ୍ଷରୁ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସମର୍ଥନ ଜଣାଇବା ପରେ ଇସ୍ରାଇଲ ଏକ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ସମୟରେ ବନ୍ଦୀ ହୋଇଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯାଇଥିଲା ଏବଂ ହମାସ ଦ୍ୱାରା ପ୍ରାୟ ୧୪୩ ଇସ୍ରାଏଲ ବନ୍ଦକଙ୍କୁ ମୁକ୍ତ କରାଯାଇଥିଲା । ଏହା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆପୋଷ ବୁଝାବଣା ହୋଇପାରିନଥିଲା । ଫଳରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଜୋ ବାଇଡେନ ନିଜ ବୟାନରେ କହିଥିଲେ, ହାମସା ପାଖରେ ପାଲେଷ୍ଟାଇନ ନାଗରୀକଙ୍କର ସମର୍ଥନ ନାହିଁ । ପାଲେଷ୍ଟାଇନ ନାଗରିକମାନେ ହମାସ ଆତଙ୍କବାଦର ପରିଣାମ ଭୋଗ କରୁଛନ୍ତି । ଆମେ ସ୍ପଷ୍ଟ ଭାବେ ବୁଝିବା ଉଚିତ ଯେ, ପାଲେଷ୍ଟାଇନ ଏବଂ ହମସା ଭିନ୍ନ ଭିନ୍ନ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking