15.1 C
Bhubaneswar
Thursday, January 15, 2026
Homeଓଡିଶାମଣ୍ଡିରେ ଅନିୟମିତତା, ୨ ଅଧିକାରୀ ନିଲମ୍ବିତ

ମଣ୍ଡିରେ ଅନିୟମିତତା, ୨ ଅଧିକାରୀ ନିଲମ୍ବିତ

ଜଗତସିଂହପୁର: ଶନିବାର ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ଧାନ ମଣ୍ଡି ମୁଖ୍ୟ ଦାୟିତ୍ୱରେ ଥିବା ଦୁଇଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ମଣ୍ଡିରେ ଚାଷୀଙ୍କଠାରୁ ଧାନ ସଂଗ୍ରହରେ ଅନିୟମିତତା ଅବଲମ୍ବନ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ନିଲମ୍ବିତ କରାଯାଇଥିବା ଦୁଇ ଅଧିକାରୀ ହେଲେ, ମାଛଗାଁ ମଣ୍ଡିର ପିଇଓ କମ୍ ମଣ୍ଡି ନୋଡାଲ୍ ଅଫିସର୍ ମୋହନ କୁମାର ଜେନା ଓ ମଣ୍ଡି ପ୍ୟାକ୍ସ ନିର୍ବାହୀ ଅଧିକାରୀ ତଥା ଆମ୍ବଶାଳ ସମବାୟ ସମିତି ସମ୍ପାଦକ ଶିଶିର କୁମାର ପଣ୍ଡା।

ସୂଚନା ମୁତାବକ ମାଛଗାଁ ମଣ୍ଡି ଦାୟିତ୍ୱରେ ଥିବା ପିଇଓ କମ୍ ମଣ୍ଡି ନୋଡାଲ ଅଫିସର ଶ୍ରୀ ଜେନା ଓ ପ୍ୟାକ୍ସ ନିର୍ବାହୀ ଅଧିକାରୀ ଶିଶିର କୁମାର ପଣ୍ଡା ମଣ୍ଡି କାର୍ଯ୍ୟରେ ଅବହେଳା ଓ ଅନିୟମିତତା କରୁଥିବା ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଜିଲ୍ଲାପାଳ ଶ୍ରୀ ସୋନାଲ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯୋଗାଣ ଅଧିକାରୀ ଅଭିଯୋଗର ସତ୍ୟାସତ୍ୟ ଥିବା ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ପରେ ଜିଲ୍ଲାପାଳ ଅର୍ଡର ନଂ ୨୨୫/୧୫.୦୨.୨୦୨୫ରେ ମାଛଗାଁ ମଣ୍ଡିର ପିଇଓ କମ୍ ମଣ୍ଡି ନୋଡାଲ ଅଫିସର ଶ୍ରୀ ଜେନାଙ୍କୁ ଓ ଅର୍ଡର ନଂ ୨୩୨/୧୫.୦୨.୨୦୨୫ରେ ମାଛଗାଁ ମଣ୍ଡି ପ୍ୟାକ୍ସ ନିର୍ବାହୀ ଅଧିକାରୀ ତଥା ଆମ୍ବଶାଳ ସମବାୟ ସମିତି ସମ୍ପାଦକ ଶିଶିର କୁମାର ପଣ୍ଡାଙ୍କୁ ନିଲମ୍ବନ ଅଦେଶ ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking