17.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଆୟର୍ଲାଣ୍ଡର ଐତିହାସିକ ପ୍ରଥମ ଟେଷ୍ଟ୍ ବିଜୟ

ଆୟର୍ଲାଣ୍ଡର ଐତିହାସିକ ପ୍ରଥମ ଟେଷ୍ଟ୍ ବିଜୟ

ଦୁବାଇ: ଆୟର୍ଲାଣ୍ଡ୍ କ୍ରିକେଟ୍ ପାଇଁ ମାର୍ଚ୍ଚ ୧ ତାରିଖ ସ୍ମରଣୀୟ ହୋଇଛି । ଆବୁଧାବିର ଟଲରେନ୍ସ ଓଭାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ୍ ସିରିଜ୍ ମ୍ୟାଚ୍‌ରେ ଆଇରିଶ୍ ଟିମ୍ ଆଫଗାନିସ୍ତାନକୁ ୬ ୱିକେଟ୍‌ରେ ହରାଇ ଦେଇଛି । ଲକ୍ଷ୍ୟକୁ ପିଛା କରି ଟିମ୍‌କୁ ବିଜୟ ଦେବାରେ କ୍ୟାପ୍‌ଟେନ୍‌୍ ଆଣ୍ଡ୍ର‌୍ୟୁ ବାଲବର୍ନି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏହା ଟେଷ୍ଟ୍ କ୍ରିକେଟ୍‌ରେ ଆୟର୍ଲାଣ୍ଡ୍‌ର ପ୍ରଥମ ବିଜୟ । ପୂର୍ବରୁ ଟିମ୍ ୭ଟି ଟେଷ୍ଟ୍ ଖେଳିଥିବା ବେଳେ ସବୁଥିରେ ପରାଜିତ ହୋଇଥିଲା । ଏହା ସହିତ ବିଶ୍ୱ କ୍ରିକେଟ୍‌ରେ ଆୟର୍ଲାଣ୍ଡ୍ ପ୍ରଥମ ଟିମ୍ ହୋଇଛି, ଯାହାର ମହିଳା ଟିମ୍ ପୁରୁଷ ଟିମ୍ ପୂର୍ବରୁ ଟେଷ୍ଟ୍ କ୍ରିକେଟ୍‌ରେ ବିଜୟ ହାସଲ କରିଛି ।
ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ୍ ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୧୧୧ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଏକଦା ୧୩ ରନ୍‌ରେ ୩ ୱିକେଟ୍ ହରାଇଥିଲା । ଏହିଠାରୁ କ୍ୟାପ୍‌ଟେନ୍ ବିଲ୍‌ବର୍ନି ଗୋଟିଏ ପଟୁ ଇନିଂସ୍ ସମ୍ଭାଳି ପ୍ରଥମେ ପଲ୍ ଷ୍ଟର୍ଲିଂଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୨୬ ରନ୍‌ର ଭାଗୀଦାରି କରିଥିଲେ । ଏହାପରେ ଲାର୍‌କେନ୍ ଟକର୍‌ଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ମ୍ୟାଚ୍ ବିଜୟୀ ୭୨ ରନ୍‌ର ଭାଗୀଦାରି କରିବା ସହିତ ଟିମ୍‌କୁ ୬ ୱିକେଟ୍‌ର ଐତିହାସିକ ବିଜୟ ଦେଇଥିଲେ । ତାଙ୍କର ଏହି ମ୍ୟାଚ୍ ବିଜୟୀ ଇନିଂସ୍‌ରେ ୯୪ ବଲ୍‌ରୁ ୫ ଚୌକା ସହ ୫୮ ରନ୍ ଦେଖିବାକୁ ମିଳିଥିଲା । ଆୟର୍ଲାଣ୍ଡ୍ ଟିମ୍ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି)ର ଅଂଶବିଶେଷ ହୋଇନଥିବାରୁ ଅଧିକତର ସମୟ ଏକ ଟେଷ୍ଟ ବିଶିଷ୍ଟ୍ ସିରିଜ୍ ଖେଳୁଛି । ଟିମ୍ କେବଳ ଥରେ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିଛି । ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ୍ ବୋଲର୍‌ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ବିଶେଷକରି ଫାଷ୍ଟ୍ ବୋଲର୍ ମାର୍କ ଅଡାୟର୍ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍ ସଫଳତା ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୩ଟି ୱିକେଟ୍ ନେଇଥିଲେ । ତାଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ମଧ୍ୟ ବିବେଚିତ କରାଯାଇଛି । ଅନ୍ୟପକ୍ଷରେ ଉଭୟ ଇନିଂସ୍‌ରେ ବ୍ୟାଟର୍‌ଙ୍କ ଖରାପ ପ୍ରଦର୍ଶନ ଆଫଗାନିସ୍ତାନ ପରାଜୟର ମୁଖ୍ୟ କାରଣ । ଆଫଗାନିସ୍ତାନ ପ୍ରଥମ ଇନିଂସ୍‌ରେ ୧୫୫ ରନ୍ ଏବଂ ଦ୍ୱିତୀୟ ଇନିଂସ୍‌ରେ ୨୧୮ ରନ୍ କରିଥିଲା । ଜବାବରେ ଆୟର୍ଲାଣ୍ଡ୍ ପ୍ରଥମ ଇନିଂସ୍‌ରେ ୨୬୩ ଏବଂ ଦ୍ୱିତୀୟ ଇନିଂସ୍‌ରେ ୩୧.୪ ଓଭର୍‌ରେ ୪ ୱିକେଟ୍ ହରାଇ ୧୧୧ ରନ୍ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking