23.1 C
Bhubaneswar
Friday, November 29, 2024
Homeଦେଶ ବିଦେଶଇରାନରେ ହିଜାବ ବିରୋଧରେ ବିରୋଧ କରି ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଇରାନରେ ହିଜାବ ବିରୋଧରେ ବିରୋଧ କରି ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଇରାନ: ୧୬ ସେପ୍ଟେମ୍ବରରେ ପୋଲିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ପରଠାରୁ ଇରାନରେ ବିରୋଧ ଜାରି ରହିଛି । ବିକ୍ଷୋଭରେ ନିହତ ହୋଇଥିବା ଆନୁମାନିକ ସଂଖ୍ୟାକୁ ବିପ୍ଲବୀ ଗାର୍ଡର ଜଣେ ଜେନେରାଲ ଅମିରାଲୀ ହାଜିଜାଡେ କହିଛନ୍ତି ଯେ ଯିଜାବ ବିରୋଧରେ ହୋଇଥିବା ପ୍ରତିବାଦରେ ଏପର‌୍ୟ୍ୟନ୍ତ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଖବର ଅନୁଯାୟୀ, ଏରୋସ୍ପେସ୍ ଡିଭିଜନର ମୁଖ୍ୟ ବ୍ରିଗେଡିୟର ଜେନେରାଲ ଅମିରାଲି ହାଜିଜାଡେ କହିଛନ୍ତି ମହସା ଆମିନୀଙ୍କ ମୃ୍‌୍ୟୁ ଦେଶର ସମସ୍ତଙ୍କୁ ପ୍ରଭାବିତ କରିଛି । ମୋର ସର୍ବଶେଷ ତଥ୍ୟ ନାହିଁ, କିନ୍ତୁ ମୁଁ ଭାବୁଛି ଯେ ଘଟଣା ପରଠାରୁ ବୋଧହୁଏ ପିଲାମାନଙ୍କ ସମେତ ବୋଧହୁଏ ୩୦୦ରୁ ଅଧିକ ଲୋକମାନଙ୍କରମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ ଇରାନ ଜେନେରାଲଙ୍କ ଆକଳନ ବହୁତ କମ୍ ଅଟେ । ଅଶାନ୍ତି ଆରମ୍ଭ ହେବା ପରଠାରୁ ୪୫୧ ବିକ୍ଷୋଭକାରୀ ଏବଂ ୬୦ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ଏବଂ ୧୮,୦୦୦ରୁ ଅଧିକ ଲୋକଭ୍‌କୁ ଅଟକ ରଖାଯାଇଛି । ଇରାନର ଅଧିକାରୀମାନେ ମଧ୍ୟ ଏହି ପ୍ରତିବାଦର ଗଣମାଧ୍ୟମ କଭରେଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟ ସହ ଜଡିତ ଗଣମାଧ୍ୟମ ମୃତ୍ୟୁସଂଖ୍ୟା ପ୍ରକାଶ କରିନାହିଁ ଏବଂ ମୁ୍‌କ୍ୟତଃ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଉପରେ ଧ୍ୟନ ଦେଇଛି । ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପାଇଁ ଅଧିକାରୀମାନେ ଉଗ୍ରବାଦୀ ଏବଂ ବିଚ୍ଛିନ୍ନବାଦୀ ଗୋଷ୍ଠୀକୁ ଦାୟୀ କରିଛନ୍ତି ।

ଇରାନର ବୈପ୍ଳବିକ ଗାର୍ଡ ଜେନେରାଲ ଅମିରାଲୀ ହାଜିଜାଡେ ସରକାରୀ ଦାବିକୁ ଦୋହରାଇଛନ୍ତି ଯେ ପାଶ୍ଚାତ୍ୟ ଦେଶ ଏବଂ ସାଉଦି ଆରବ ସମେତ ଇରାନର ଶତ୍ରୁମାନେ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ବିକ୍ଷୋଭକାରୀମାନେ କହିଛନ୍ତି ଯେ ଦଶନ୍ଧି ଦରି ରାଜନୈତିକ ଦମନ ଦ୍ୱାରା ସେମାନେ କ୍ଳାନ୍ତ ହୋଇପଡିଛନ୍ତି । ବିକ୍ଷୋଭକାରୀମାନେ କୌଣସି ବିଦେଶୀ ଏଜେଣ୍ଡାକୁ ମଧ୍ୟ ଅସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking