30.1 C
Bhubaneswar
Monday, May 20, 2024
Homeଆଇପିଏଲ୍ -2022ବିନା ଦର୍ଶକରେ ଆଇପିଏଲ୍ ମ୍ୟାଚ୍

ବିନା ଦର୍ଶକରେ ଆଇପିଏଲ୍ ମ୍ୟାଚ୍

ନୂଆଦିଲ୍ଲୀ : ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍ । ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଚଳିତ ବର୍ଷ ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସର୍ତ୍ତମୂଳକ ପଦକ୍ଷେପ ନେଇଛି । କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ ହେବ ବୋଲି କହିଛନ୍ତି, ରାଜୀବ ଶୁକ୍ଳା । ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି ବୋଲି ରାଜୀବ ଶୁକ୍ଳା କହିଛନ୍ତି । ଆମେ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ।

କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ ବୋଲି ରାଜୀବ ସୂଚନା ଦେଇଛନ୍ତି । ଗତଥର ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ୟୁଏଇରେ ଆଇପିଏଲ୍ ଆୟୋଜନ ହୋଇଥିଲା । ଗତଥର ମଧ୍ୟ ଦର୍ଶକମାନେ ଷ୍ଟାଡିୟମରେ ଖେଳ ଦେଖିବାର ମଜା ଉଠାଇପାରିନଥିଲେ । ଚଳିତ ବର୍ଷ ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ନିଷ୍ପତ୍ତି ପ୍ରଶଂସକମାନଙ୍କୁ ନିରାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking