27.1 C
Bhubaneswar
Sunday, September 29, 2024
Homeଖେଳଡିସେମ୍ବର ୨୩ରୁ ଆଇପିଏଲ ନିଲାମ

ଡିସେମ୍ବର ୨୩ରୁ ଆଇପିଏଲ ନିଲାମ

ମୁମ୍ବାଇ : ଡିସେମ୍ବର ୨୩ରୁ କେରଳର କୋଚିଠାରେ ଅନୁଷ୍ଠିତ ହେବ ଇଣ୍ଡିଆ ପ୍ରିମିୟର ଲିଗ (ଆଇପିଏଲ)ର ମିନି ଅକ୍ସନ । ସେହିଦିନ ମୋଟ ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡକାଯିବ । ସେମାନଙ୍କ ମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଥିବାବେଳେ ୧୩୨ ଜଣ ବିଦେଶୀ ଖେଳାଳି ଅଛନ୍ତି । ଆଇପିଏଲ ଟିମ ଗୁଡ଼ିକରେ ମୋଟ ୮୭ଜଣ ଖେଳାଳିଙ୍କ ପାଇଁ ଖାଲି ସ୍ଥାନ ରହିଛି ଓ ସେଗୁଡ଼ିକ ମଧ୍ୟରୁ ୩୦ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିଛି । ନିଲାମ ପାଇଁ ଉପଲବ୍ଧ ଥିବା ୧୩୨ ଖେଳାଳିଙ୍କ ମଧ୍ୟରୁ ୪ ଜଣଙ୍କୁ ବିସିସିଆଇର ସହଯୋଗୀ ଦେଶରୁ ନିଆଯିବ । ଏହି ନିଲାମ ପାଇଁ ସର୍ବାଧିକ ରିଜର୍ଭ ମୂଲ୍ୟ ୨ କୋଟି ଟଙ୍କା ରଖାଯାଇଛି । ନିଲାମ ଡାକିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ୪୨.୨୫ କୋଟି ଟଙ୍କା ପକେଟ ମନି ରଖିଥିବାବେଳେ କୋଲକାତା ନାଇଟରାଇଡର୍ସ ସର୍ବନିମ୍ନ ୭ କୋଟି ଟଙ୍କା ରଖିଛି । ହାଇଦ୍ରାବାଦର ଅଧିନାୟକ କେନ ୱିଲିୟମସନଙ୍କୁ ଇତି ମଧ୍ୟରେ ରିଲିଜ୍ କରାଯାଇଛି । ସେ ଏବେ ନିଲାମ ପାଇଁ ଉପଲବ୍ଧ ହେବେ । ସୂଚନାଯୋଗ୍ୟ, ୨୦୨୩ ଆଇପିଏଲରେ ଅଧିକ ସଂଖ୍ୟକ ମ୍ୟାଚ ଖେଳାଯିବାକୁ ଯୋଜନା ରହିଛି । ପୁଣି ଏଥରର ଆଇପିଏଲରେ ଇମ୍ପାକ୍ଟ ପ୍ଲେୟର ବ୍ୟବସ୍ଥା ଲାଗୁ ହେବାକୁ ସ୍ଥିର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking