ନୂଆଦିଲ୍ଲୀ:ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୮ ୱିକେଟରେ ପରାସ୍ତ କଲା କିଙ୍ଗସ୍ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ପଞ୍ଜାବ ୧୫୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୨ଟି ୱିକେଟ ହରାଇ ୧୫୦ ରନ୍ କରି ବିଜୟ ହାସଲ କରିଛି । ପଞ୍ଜାବ ପକ୍ଷରୁ ପ୍ରଥମରୁ ଦୁଇ ଓପନର ସର୍ତକତାର ସହ ବ୍ୟାଟିଂ କରିଥିଲେ । କେ.ଏଲ୍ ରାହୁଲ ୨୫ ବଲରେ ୨୮ ରନ୍ କରିଥିବା ବେଳେ ମନଦୀପ ସିଂ ସର୍ବାଧିକ ୫୫ ବଲରେ ୬୬ ରନ୍ କରିଥିଲେ ।