ମୁମ୍ବାଇ : ଲଗାତର ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୬୯ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର୍ କିଙ୍ଗସ୍।
ରବିବାର ଖେଳାଯାଇଥିବା ଆଇପିଏଲର ଡବଲ୍ ହେଡରର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଜବାବରେ ଆରସିବି ୯ ୱିକେଟ୍ ହରାଇ ୧୨୨ ରନ୍ କରିବାକୁ ସକ୍ଷମ ହୋଇଛି। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଉଠିଥିବା ବେଳେ ଆରସିବି ଦ୍ୱିତୀୟକୁ ଖସି ଆସିଛି। ମ୍ୟାଚରେ ଚେନ୍ନାଇ ପାଇଁ ମ୍ୟାଚ୍ ବିଜେତା ସାଜିଛନ୍ତି ରବୀନ୍ଦ୍ର ଜାଡେଜା। ହର୍ଷଲ ପଟେଲଙ୍କ ଶେଷ ଓଭରରେ ୩୭ ରନ୍ ବ୍ୟୟ କରିବା ପରେ ଜାଡେଜା ବୋଲିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇକୁ ଏହି ବଡ଼ ବିଜୟ ଦେଇଛନ୍ତି। ମ୍ୟାଚରେ ୬୨ (୨୮ ବଲ୍, ୪ ଚୌକା ଓ ୫ ଛକା) ରନ୍ ଓ ୩ଟି ୱିକେଟ୍ ନେଇଥିବା ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।