37.1 C
Bhubaneswar
Thursday, March 28, 2024
Homeଓଡିଶାହସପିଟାଲରୁ ନରସିଂହଙ୍କ ବାର୍ତ୍ତା : ସୁସ୍ଥ ଅଛି ମୁଁ

ହସପିଟାଲରୁ ନରସିଂହଙ୍କ ବାର୍ତ୍ତା : ସୁସ୍ଥ ଅଛି ମୁଁ

 

ବାଲାଙ୍ଗିରବାସୀଙ୍କ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ ହେବ

ବଲାଙ୍ଗିର,: ମୁଁ ସୁସ୍ଥ ଅଛି । ଏହି ମହାମାରୀ ସମୟରେ ଆପଣମାନେ ସମାଜିକ ଦୂରତା ପାଳନ କରିବା ସହ ଡବଲ ମାସ୍କ ପରିଧାନ କରନ୍ତୁ । ବାରମ୍ବାର ସାବୁନରେ ହାତ ଧୁଅନ୍ତୁ । ସେନିଟାଇଜର ବ୍ୟବହାର କରିବା ସହ ଯଥା ସମ୍ଭବ ଘରେ ରୁହନ୍ତୁ । ଅତି ଜରୁରି ନ ହେଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଆଜି ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବାସୀ ଙ୍କୁ ଗଣ ମାଧୟମ ଜରିଆରେ ବାର୍ତ୍ତା ଦେଇଛନ୍ତି । ସେ ଏହି ବାର୍ତ୍ତାରେ କହିଛନ୍ତି ଯେ, ମୁଁ କରୋନା ସଂକ୍ରମିତ ହେବା ସତ୍ୱେ ମଧ୍ୟ ମୋର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ କୌଣସି ପ୍ରକାର କରୋନା ଜନିତ ସ୍ୱାସ୍ତ୍ୟ ସମସ୍ୟା ନାହିଁ । କିନ୍ତୁ କରୋନାର ଦ୍ୱିତୀୟ ଲହର ବହୁତ ମାରତ୍ମାକ ଅଟେ । ତେଣୁ ଆପଣମାନେ ଏହି ଘଡି ସନ୍ଧି ମୁହୁର୍ତ୍ତରେ ବିବ୍ରତ ନହୋଇ ନିଜ ତଥା ପରିବାରର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ । ଘରେ ଥିବା ବୟସ୍କ ଓ ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନିଅନ୍ତୁ । ଜିଲ୍ଲା ପ୍ରଶାସନ ଦ୍ୱାର ।ଲଗୁ କରାଯାଇଥିବା କଟକଣାକୁ ଠିକ ହିସାବରେ ପାଳନ କରି କରୋନା ବିରୁଦ୍ଧରେ ଲଢେଇରେ ନିଜେ ଦୃଢତାର ସହ ସହେଯାଗ କରନ୍ତୁ । ସହରର କିଛି ଅଂଚଳର ପିଇିବା ପାଣି ସମସ୍ୟା ଥିବା ମୋର ନଜର କୁ ଆସିଛି, ଭୂବନେଶ୍ୱର ରେ ଥାଇ ମୁଁ ଅଧିକାରୀଙ୍କ ସହ କଥା ହୋଇଛି । ସହରର ପିଇବା ଶିଘ୍ର ସମାଧାନ କରାଯିବ । ଏନେଇ ଅଧିକାରୀମାନେ ପ୍ରତିଶୃତି ଦେଇଥିବା ବେଳେ କିଛି ଅଂଚଳରେ କାମ ଆରମ୍ଭ ହୋଇ ସାରିଛି । ସହରବାସୀ ଖୂବ ଶିଘ୍ର ପର୍ଯ୍ୟାପ୍ତ ପିଇବା ପାଣି ପାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking