16.1 C
Bhubaneswar
Monday, January 6, 2025
Homeଓଡିଶାରୁଷୀୟ ଅଲିମ୍ପିକ୍ସ କମିଟିକୁ ନିଲମ୍ବନ କଲା ଆଇଓସି

ରୁଷୀୟ ଅଲିମ୍ପିକ୍ସ କମିଟିକୁ ନିଲମ୍ବନ କଲା ଆଇଓସି

ମୁମ୍ବାଇ : ଅନ୍ତର୍ଜାତୀୟ ଅଲିମ୍ପିକ୍ ପରିଷଦ (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ଗୁରୁବାର ରୁଷୀୟ ଅଲିମ୍ପିକ୍ କମିଟି (ଆର୍‌ଓସି)କୁ ନିଲମ୍ବନ ଘୋଷଣା କରିଛି । ତେବେ ରୁଷୀୟ ଆଥଲେଟମାନେ ଆସନ୍ତା ବର୍ଷ ପ୍ୟାରିସ ଅଲିମ୍ପିକ୍ସ ସମେତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱାଧୀନ ଭାବେ ଭାଗ ନେଇପାରିବେ । ଆଇଓସିର ୧୪୧ତମ ଅଧିବେଶନ ଅକ୍ଟୋବର ୧୫-୧୭ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଏବଂ ଆଇଓସିର କାର୍ଯ୍ୟନିର୍ବାହୀ ବୋର୍ଡ ଅକ୍ଟୋବର ୧୨ ଓ ୧୩ ଦୁଇ ଦିନ ଧରି ବୈଠକ କରି ଅଧିବେଶନକୁ ଆଗକୁ ନେବାକୁ ଥିବା ପ୍ରସ୍ତାବ ଉପରେ ଆଲୋଚନା କରିଛି । ୟୁକ୍ରେନର ଏନ୍‌ଓସି ଅଧୀନରେ ଥିବା ଆଞ୍ଚଳିକ କ୍ରୀଡ଼ା ସଙ୍ଗଠନଗୁଡ଼ିକୁ ଏଥିରେ ସାମିଲ୍ କରିବାକୁ ନିଷ୍ପତ୍ତି ନେବା ପରେ ରୁଷିଆର ଜାତୀୟ ଅଲିମ୍ପିକ୍ କମିଟି (ଏନ୍‌ଓସି)କୁ ନିଲମ୍ବିତ କରାଯାଇଥିଲା । ୫ ଅକ୍ଟୋବର ୨୦୨୩ରେ ରୁଷୀୟ ଅଲିମ୍ପିକ କମିଟି ଦ୍ୱାରା ନିଆଯାଇଥିବା ଏକପାଖିଆ ନିଷ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି । ଏହାର ସଦସ୍ୟ ଭାବେ ଯେଉଁ ଆଞ୍ଚଳିକ କ୍ରୀଡ଼ା ସଙ୍ଗଠନଗୁଡ଼ିକ ୟୁକ୍ରେନର ଜାତୀୟ ଅଲିମ୍ପିକ୍ କମିଟି (ଏନ୍‌ଓସି)ର ଅଧିକାରରେ ରହି ଅଲିମ୍ପିକ୍ ଚାର୍ଟରର ଉଲ୍ଲଙ୍ଘନ କରିଛନ୍ତି । କାରଣ ଏହା ୟୁକ୍ରେନର ଏନଓସିର ଆଞ୍ଚଳିକ ଅଖଣ୍ଡତାକୁ ଉଲ୍ଲଙ୍ଘନ କରେ, ଅଲିମ୍ପିକ୍ ଚାର୍ଟର ଅନୁୟାୟୀ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ମାନ୍ୟତାପ୍ରାପ୍ତ । ଆଇଓସି ପକ୍ଷରୁ କୁହାଯାଇଛି ରୁଷୀୟ ଅଲିମ୍ପିକ୍ କମିଟି ଆଉ ଅଲିମ୍ପିକ୍ ଚାର୍ଟରରେ ବ୍ୟାଖ୍ୟା କରାଯାଇଥିବା ଜାତୀୟ ଅଲିମ୍ପିକ୍ କମିଟି ଭାବେ କାର୍ଯ୍ୟ କରିବାର ଅଧିକାର ନାହିଁ ଏବଂ ଅଲିମ୍ପିକ୍ ମୁଭମେଣ୍ଟରୁ କୌଣସି ଅର୍ଥ ମଧ୍ୟ ଗ୍ରହଣ କରିପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking