ମୁମ୍ବାଇ: ଭାରତୀୟ ଷ୍ଟକ୍ ମାର୍କେଟ୍ରେ କ୍ରମାଗତ ପଞ୍ଚମଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ବୁଧବାର ସେନ୍ସେକ୍ସ ୩୪୪ ପଏଣ୍ଟ ହ୍ରାସ ପାଇ ୫୭,୫୫୬ରେ ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ୧୨୩ ପଏଣ୍ଟ ହ୍ରାସ ଘଟି ୧୬,୯୭୨ରେ ବନ୍ଦ ହୋଇଛି । ସେନ୍ସେକ୍ସର ୩୦ରୁ ୨୧ ଶେୟାର ହ୍ରାସପାଇଛି ଏବଂ କେବଳ ୯ଟିରେ ଉନ୍ନତି ପରିଲକ୍ଷିତ ହୋଇଛି । ବଜାର ବିକ୍ରିରେ ବ୍ୟାଙ୍କିଂ ଷ୍ଟକଗୁଡିକ ଆଗରେ ଥିଲା । ବଜାରରେ ହ୍ରାସ ହେତୁ ନିବେଶକଙ୍କର ପ୍ରାୟ ୮.୫ ଲକ୍ଷ କୋଟି ଟଙ୍କା କ୍ଷତିହୋଇଛି । ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମୋଟ୍ ବଜାର କ୍ୟାପ୍ ୧୫ ମାର୍ଚ୍ଚରେ ୨୫୫.୭୬ ଲକ୍ଷ କୋଟି ଟଙ୍କାକୁ ହ୍ରାସପାଇଛି । ମାର୍ଚ୍ଚ ୯ରେ ଏହା ୨୬୪.୩୦ ଲକ୍ଷ କୋଟି ଥିଲା । ତେବେ ଆଦାନୀ ଗ୍ରୁପ୍ର ୧୦ଟି ଷ୍ଟକ୍ ମଧ୍ୟରୁ ୭ଟିରେ ବୃଦ୍ଧି ଏବଂ ୩ଟିରେ ହ୍ରାସଘଟିଛି । ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ର ଶେୟାର ୫.୭୪% ବୃଦ୍ଧିପାଇଛି । ଆଦାନୀ ପୋର୍ଟସ୍ ୪.୧୯% ହାସଲ କରିଛି । ତେବେ ଆଦାନୀ ଟୋଟାଲ ଗ୍ୟାସ, ପାୱାର ଏବଂ ଏସିସିର ଶେୟାର ହ୍ରାସପାଇଛି ।