23.1 C
Bhubaneswar
Friday, January 10, 2025
Homeଓଡିଶାରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ମହିଳା ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସମ୍ମିଳନୀ

ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ମହିଳା ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ସମ୍ମିଳନୀ

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ମହିଳା ଶାଖା ଓଡ଼ିଶା ତରଫରୁ ଜି.ରାମାନୁଜମ କନ୍‌ଭେନ୍‌ସନ ସେଌକ୍ଷଗ୍ଧ;ର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ତା. ୦୯/୦୩/୨୦୨୨ ରିଖରେ ମହାଆଡ଼ମ୍ବରରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀରେ ଓଡ଼ିଶାର ନିର୍ମାଣ କ୍ଷେତ୍ର, ଜଙ୍ଗଲ
କ୍ଷେତ୍ର, ପାଚିକା, ଅଙ୍ଗନୱାଡ଼ି ଓ ବିଭିନ୍ନ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାକର୍ମୀମାନଙ୍କ ସହିତ ସରକାରୀ ଓ
ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟରତ ଥିବା ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ । ଉକ୍ତ ସମ୍ମିଳନୀକୁ ପ୍ରାକ୍ତନ ସାଂସଦ
ତଥା ଓଡ଼ିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଡ । ରାମଚନ୍ଦ୍ର ଖୁଂଟିଆ, ଉଦ୍‌ଘାଟନ କରିଥିଲାବେଳେ,
ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ମହିଳା ଶାଖା ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଶ୍ରୀମତୀ ଅଳକା କ୍ଷେତ୍ରୀୟ ମୁଖ୍ୟ
ଅତିଥିଭାବେ ଯୋଗଦେଇଥିଲେ । ଡଃ ରାମଚନ୍ଦ୍ର ଖୁଂଟିଆ ତାଙ୍କ ଉଦ୍‌ଘାଟନୀ ଭାଷଣରେ ଦେଶର ମହିଳାମାନଙ୍କ ପ୍ରତି
ହେଉଥିବା ସାମାଜିକ, ଶାରିରୀକ ଓ ମାନସିକ ଅତ୍ୟାଚାରକୁ ଘୋର ବିରୋଧ କରିଥିଲେ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର
ଦୀର୍ଘଦିନର ଦାବୀ ମହିଳାମାନଙ୍କୁ ପୁରୁଷ ମାନଙ୍କ ଭଳି ସମାନ ମଜୁରୀ ଦେବା ବ୍ୟବସ୍ଥାକୁ କେନ୍ଦ୍ର ସରକାର ତୁରନ୍ତ
କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱପ୍ରଦାନ କରିଥିଲେ । ପ୍ରତ୍ୟେକ ସରକାରୀ କ୍ଷେତ୍ରରେ ତଥା ରାଜନୈତିକ କ୍ଷେତ୍ରରେ
ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବ ଉଚିତ ବୋଲି ଡଃ ଖୁଂଟିଆ ପ୍ରକାଶ କରିଥିଲେ ।
ମୁଖ୍ୟଅତିଥି ଶ୍ରୀମତୀ ଅଳକା କ୍ଷେତ୍ରୀୟ ତାଙ୍କ ଅଭିଭାଷଣରେ ନାରୀମାନେ ପୃଥିବୀର ଅଦ୍ୱିତୀୟ ସ୍ଥାନ ଗ୍ରହଣ
କରିଛନ୍ତି । ନାରୀ ବିନା ପୁରୁଷ ଓ ସମାଜ ପ୍ରତିଷ୍ଠିତ ଅସମ୍ଭବ । ନାରୀମାନଙ୍କ ସରଳତାର ସୁଯୋଗ ନେଇ ପୁରୁଷମାନେ
ସେମାନଙ୍କୁ ଶୋଷଣ କରନ୍ତି । ଆଜିର ଦିନରେ ପ୍ରତ୍ୟେକ ନାରୀମାନେ ସେମାନଙ୍କ ପ୍ରତି ହେଉଥିବା ପ୍ରତାରଣା ବା
ଅତ୍ୟାଚାରକୁ ନିଜେ ପ୍ରତିରୋଧ କରିବା ପାଇଁ ସପଥ ନେବା ଉଚିତ୍ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି-
ମଦନ ମୋହନ ଧଳ ତାଙ୍କ ଅଭିଭାଷଣରେ ଦେଶର ସାମ୍ବିଧାନିକ ଓ ନାୟିକ ବ୍ୟବସ୍ଥାର ଅପବ୍ୟବହାର ଯୋଗୁଁ ନାରୀ
ନିର୍ଯ୍ୟାତନା ଓ ନାରୀ ଧର୍ଷଣ ବାରମ୍ବାର ଘଟିଯାଉଛି । ଅନେକ କ୍ଷେତ୍ରରେ ପୁରୁଷମାନେ ବିଭିନ୍ନ ପ୍ରକାର ପ୍ରଲୋଭନ
ଦେଖାଇ ନାରୀମାନଙ୍କୁ ନିର୍ଯ୍ୟାତିତ କରୁଛନ୍ତି । ଆଜି ସମୟ ଆସିଛି ପ୍ରତ୍ୟେକ ନାରୀମାନେ ନିଜରକୁ ସୁରକ୍ଷା ଦେବା ପାଇଁ
ସଚେତନ ହେଲେ ଅନ୍ତତଃ ନିର୍ଯ୍ୟାତନାରୁ ତ୍ରାହି ପାଇବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ଧକବି ଭୀମ ଭୋଇଙ୍କ
ଭାଷାରେ ଦୁନିଆରେ ନାରୀ ଓ ପୁରୁଷ ଦୁଇଟି ଜାତି । ତେଣୁ ନାରୀମାନଙ୍କୁ ନ୍ୟୁନ ମନେକରିବା କେବଳ ବୋକାମି ନୁହଁ
ବରଂ ପୁରୁଷମାନେ ନାରୀମାନଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶନ କରି ଆଗକୁ ଆଗେଇବାର ସହଯୋଗ କଲେ ଏକ ସୁସ୍ଥ
ବାତାବରଣ ସୃଷ୍ଟି ହେବ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ – କିଶୋର ଜେନା, ସି.ଆଇ.ଟି.ୟୁର ନେତ୍ରୀ –
ଶ୍ରୀମତୀ ତାପସୀ ପ୍ରହରାଜ, ଏଚ୍‌.ଏମ୍‌.ଏସ୍‌.ର ନେତ୍ରୀ – ଶ୍ରୀମତୀ ଲକ୍ଷ୍ମୀପ୍ରୀୟା ମହାନ୍ତି ପ୍ରମୁଖ ସେମାନଙ୍କ ଅଭିଭାଷଣରେ
ନାରୀ ସୁରକ୍ଷାକୁ ସମ୍ମାନ ଦେବା ସହିତ ଆଗାମୀ ଦିନରେ ନାରୀମାନେ ଯେକୌଣସି ପରିସ୍ଥିତିକୁ ସାମ୍ମା କରିବା ପାଇଁ
ଆଗେଇ ଆସିଲେ ଦେଶ ଓ ଜାତିର ଉନ୍ନତି ପ୍ରତିଫଳିତ ହେବ । ଉକ୍ତ ସଭାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା
ଅଧ୍ୟକ୍ଷା ଶ୍ରୀମତୀ ପ୍ରଣତି ମିଶ୍ର ପରିଚାଳନା କରିଥିଲେ ।
ଉକ୍ତ କାର୍ଯ୍ୟକର୍ମରେ ସଂଗଠନ ପାଇଁ କଠିନ ପରିଶ୍ରମ କରି ସଠିକ୍ ଦାୟିତ୍ୱ ସଂପର୍ଣ୍ଣ ଓ ଉଲେଖନୀୟ ପ୍ରଦର୍ଶନ
ନିମତ ସଦସ୍ୟା ଶ୍ରୀମତୀ ସିଲି ସେଠୀ (ନିର୍ମାଣ କ୍ଷେତ୍ର), ଶ୍ରୀମତୀ ବିନତି ପାତ୍ର (ଶାଳପତ୍ର କ୍ଷେତ୍ର), ଶ୍ରୀମତୀ ଅନିତା ସ୍ୱାଇଁ
ଓ ଶ୍ରୀମତୀ ଅହଲ୍ୟା ନାୟକଙ୍କୁ (ଜଙ୍ଗଲ କ୍ଷେତ୍ର) ପାଇଁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking