23.1 C
Bhubaneswar
Tuesday, December 17, 2024
Homeଓଡିଶାରେଳମନ୍ତ୍ରୀଙ୍କୁ ଆଧୁନିକ କଳାପହାଡ଼ ସମ୍ମାନରେ ସମ୍ମାନିତ କଲା ଆଏନ୍‌ଟିୟୁସି

ରେଳମନ୍ତ୍ରୀଙ୍କୁ ଆଧୁନିକ କଳାପହାଡ଼ ସମ୍ମାନରେ ସମ୍ମାନିତ କଲା ଆଏନ୍‌ଟିୟୁସି

*ପୂର୍ବତଟ ରେଳବାଇ ଜୋନ୍‌କୁ ଦୁର୍ବଳ ନ କରିବା ପାଇଁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର*

ଭvenବନେଶ୍ଵର,  : ପୂର୍ବତଟ ରେଳବାଇ ବିଭାଗକୁ ବିଭାଜନ ନ କରିବା ବାବିରେ ଆଇଏନ୍‌ଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ବରେ ମଙ୍ଗଳବାର ଏକ ପ୍ରତିନିଧ ମଣ୍ଡଳୀ ବିକ୍ଷୋଇ ଶୋଭାଯାତ୍ରାରେ ଚନ୍ଦ୍ରଶେଖରପୁରସ୍ଥିତ ପୂର୍ବତଟ ରେଳବାର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ଉଦ୍ଦେଶ୍ୟରେ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ମୁଖ୍ୟ ଫାଟକ ପାଖରେ ରେଳବାଇ କର୍ତ୍ତୃପକ୍ଷ ଏବଂ ରେଳବାଇ ପୋଲିସ୍ ଜେନେରାଲ ମ୍ୟାନେଜରଙ୍କୁ ସାକ୍ଷାତ୍ କରିବା ପାଇଁ ଛାଡ଼ିନଥିଲେ । ଏଥିପାଇଁ ସେଠାରେ ରେଳବାଲ ପୋଲିସ୍‌, ଓଡ଼ିଶା ପୋଲିସ୍ ଏବଂ ଆଇଏନଟିୟୁସି ପ୍ରତିନିଧ ମଣ୍ଡଳୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଆସିଷ୍ଟାଣ୍ଡ କେନେରାଲ ମ୍ୟାନେଜର ଶ୍ରୀ ଚୌଧୁରୀଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।

ଆଲଟିୟର ଡିଭିଜନକୁ ଦକ୍ଷିଣତଟ ରେଳବାଇ ଜୋନ ସହ ମିଶାଇବା ନିଷ୍ପରି ଶ୍ରୀ ଚୌଧୁରୀ ପ୍ରତିବାଦ କରି କହିଥିଲେ ଯେ, ରେଳମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଛନ୍ତି । କିନ୍ତୁ ସେ ଓଡ଼ିଶାର ସ୍ୱାର୍ଥବିରୋଧୀ ହୋଇଛନ୍ତି । ୱାଲଟିୟର ଡିଭିଜନ ପୂର୍ବତଟ ରେଳବାଇର ମୁକୁଟ ସଦୃଶ। ଓ୍ବାଲଟିୟର ଡିଭିଜନକୁ କାଟିଦେଲା ପରେ ପୂର୍ବତଟ ରେଳବାଳ ମସ୍ତକବିହୀନ ହୋଇପଡ଼ିବ ଏବଂ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ରାଜସ୍ବ ହରାଇବ । ସୁତରାଂ ରେଳମନ୍ତ୍ରୀ ଓଡ଼ିଶା ସ୍ୱର୍ଥର ପରିପନ୍ଥୀ । କଳାପାହାଡ଼ ଯେପରି ଓଡ଼ିଶାର ପ୍ରାଚୀନ କୀର୍ତିରାଜି ଏବଂ ମନ୍ଦିର ସବୁ ଭାଙ୍ଗି ଦେଇଥୁଲା, ସେହପରି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବତଟ ରେଳବାଇକୁ ଭାଙ୍ଗି ଦେଉଛନ୍ତି । ଏହି ଅବସରରେ ଆଇଏନଟିୟୁସିର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଚୌଧୁରୀ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ‘ଆଧୁନିକ କଳାପାହାଡ଼’ ସମ୍ମାନରେ ସମ୍ମାନିତ କରି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜରଙ୍କ ମାଧ୍ୟମରେ ଏକ ମାନପ‌ତ୍ର ପ୍ରେରଣ କରିଥିଲେ । ଏଥିସହିତ ଜଗନ୍ନାଥଙ୍କର ଏକ ଫଟୋଚିତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ସ୍ମାରକପତ୍ରରେ କୁହାଯାଇଛି ଯେ, ପୂର୍ବତଟ ରେଳ ଜୋନ୍‌ର ୧୧୦୬ କି.ମି. ରାସ୍ତାରୁ ୪୫୦ କି.ମି ବିଜୟଓ୍ବାଡ଼ା ରେଳ ବିଭାଗ ସହିତ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଯାହା ନୂତନ ଭାବରେ ଗଠିତ ଆନ୍ଧ୍ରରେ ଥିବା ଦକ୍ଷିଣତଟ ରେଳବାଇ ଅଧୁନରେ ଆସୁଛି । ଏହାଦ୍ୱାରା ପୂର୍ବତଟ ରେଳବାଇ ଏହାର ସବୁଠାରୁ ଅଧିକ ରୋଜଗାରକ୍ଷମ ୪୫୦ କି.ମି. ରାସ୍ତା ହରାଇବ । ଯାହାକି ରାଜ୍ୟକୁ ବିପୁଳ ରାଜସ୍ୱ ଓ ରୋଜଗାର ପ୍ରଦାନ କରିବା ସହ ଉତ୍ତମ ପରିବହନ ବିଶାଖା ‌ପାଟଣା ପର୍ଯ୍ୟନ୍ତ ଯୋଗାଇ ଆସୁଛି । ପୂର୍ବତଟ ରେଳବାଇ ଭାଇଜଗ ଇସ୍ପାତ କାରଖାନା, ବିଶାଖାପାଟଣା ବନ୍ଦର, କନୋର, ଏଚ୍ପିସିଏଲ୍ ଏବଂ ଗଙ୍ଗାଇରମ ବନ୍ଦର ଜଳି ରାଜସ୍ ଅର୍ଜନ କରୁଥିବା ଉସକୁ ମଧ୍ୟ ହରାଇବ । ପୂର୍ବତଟ ରେଳବାଇ ମଧ୍ୟ ଭାରତୀୟ ରେଳବାଇର ଏକ ନମ୍ବର ଜୋନ୍ ହେବାର ଶ୍ରେୟ ହରାଇବ। କାରଣ ଆଜି ପର୍ଯ୍ୟନ୍ତ ପୂର୍ବତଟ ରେଳବାର ଭାରତୀୟ ରେଳବାଇର ସର୍ବାଧ‌ିକ ରାଜସ୍ୱ ପ୍ରଦାନର ଲକ୍ଷ୍ୟ ପୂରଣ କରୁଥିଲା । ରାୟଗଡ଼ାକୁ ଏକ ନୂତନ ରେଳ ଡିଭିଜନ କରାଯାଇ ପୂର୍ବତଟ ରେଳ ଜୋନ୍ ସହିତ ରଖାଯାଉଛି । ଏହା ଏକ ଲଲି ପପ୍ର ସଦୃଶ । କାରଣ ରାୟଗଡ଼ା ଡିଭିଜନର ଯେଉଁସବୁ ଅଞ୍ଚଳ ପ୍ରଦାନ କରାଯାଇଛି, ସେଗୁଡ଼ିକ ଆଗରୁ ପୂର୍ବତଟ ରେଳବାଇ ସହିତ ରହିଛି । ତେଣୁ ପୂର୍ବତଟ ରେଳବାଇକୁ ସ୍ବତନ୍ତ୍ର ଭାବେ କିଛି ନୂତନ କ୍ଷେତ୍ର ଦିଆଯାଇ ନାହିଁ । ପୂର୍ବତଟ ରେଳବାଇର ୪୫୦ କି.ମି ରାସ୍ତାକୁ ବିଚ୍ଛିନ୍ନ କରି ଆନ୍ଧ୍ରପ୍ରଦେଶର ଦକ୍ଷିଣପଟ ରେଳବାନ ଯୋଡ଼ି ଦିଆଯାଇଛି ।

ଏହି ସ୍ମାରକପତ୍ରରେ ରେଳମନ୍ତ୍ରୀଙ୍କ ବିଗର ପାଇଁ କେତୋଟି ପ୍ରସ୍ତାବ ରଖାଯାଇଛି । (୧) ଓ୍ବାଇଟିୟର ଡିଭିଜନ ମିଶ୍ରଣ ବିନା ଦକ୍ଷିଣତଟ ରେଳ ଜୋନ୍ ଗଠନରେ ଅସୁବିଧା ନାହିଁ । ଭାରତୀୟ ରେଳରେ ୬ଟି ରେଳଜୋନ୍‌ର ପ୍ରତ୍ୟେକ ତିନୋଟି ଲେଖାଏଁ ବିଭାଗ ରହିଛି । ସୈହଭଳି ପୂର୍ବତଟ ରେଳବାରରେ ମଧ୍ୟ ତିନୋଟି ବିଭାଗ ରହିଛି । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ତେଲେଙ୍ଗାନା ଅନ୍ତର୍ଗତ ସିକନ୍ଦରାବାଦର ଦକ୍ଷିଣ କେନ୍ଦ୍ରୀୟ ରେଳଜୋନ୍‌ରେ ମଧ୍ୟ ତିନୋଟି ରେଳଗୋନ୍ ରହିଛି । ନୂତନ ଆନ୍ଧ୍ରପ୍ରଦେଶ ପାଖରେ ଏବେ ବିଜୟୱାଡ଼ା, ଗୁଣ୍ଡୁର ଓ ଗୁଣ୍ଡକାଲ ଡିଭିଜନ ରହୁଛି । ତେଣୁ ଏହାକୁ ନେଇ ଦକ୍ଷିଣତଟ ରେଳ ଜୋନ୍ କରିବାରେ ଅସୁବିଧା କେଉଁଠି ରହିଛି ? ତେଣୁ ଓ୍ବାଲଟିୟର ଡିଭିଜନକୁ ପୂର୍ବତଟ ଠାରୁ ନନେଇ ମଧ୍ୟ ଏହା ସମ୍ଭବ ହୋଇପାରିବ । (୨) ପୂର୍ବତଟ ରେଳବାଇ ସହିତ ରାଉରକେଲା, ଝାରସୁଗୁଡ଼ା, ଆଇବି, ବ୍ରଜରାଜନଗର, ବାଲେଶ୍ଵରର ମିଶ୍ରଣ । ଯଦି ଭାରତୀୟ ରେଳ ପୂର୍ବତଟ ରେଳପଥରୁ ୪୫୦ କି.ମି ରାସ୍ତା ବିଚ୍ଛିନ୍ନ କରିଦେଉଛନ୍ତି, ତେବେ କ୍ଷତିପୂରଣ ପାଇଁ ରାଉରକେଲା, ଝାରସୁଗୁଡ଼ା ରେଳ ଲାଇନ ଓ ମୟୁରଭଞ୍ଜ, ବାଲେଶ୍ଵର ରେଳ ଲାଇନକୁ ପୂର୍ବତଟ ରେଳଜୋନ୍ ସହିତ ମିଶ୍ରଣ କରନ୍ତୁ । ଯାହାଳି ଏବେ ଦକ୍ଷିଣପୂର୍ବ ରେଳ ଅଧୁନ (କୋଲକତା)ରେ ଆସୁଅଛି । ସେହିଭଳି ଆଇବି, ବ୍ରଜରାଜନଗର-ବେଲପାହାଡ଼ ଅଞ୍ଚଳକୁ ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳବାଇ, ବିଳାସପୁର (ଛତିଶଗଡ଼)ରୁ ପୃଥକ କରି ପୂର୍ବତଟ ରେଳବାଇ ସହିତ ମିଶ୍ରଣ କରନ୍ତୁ । ଫଳସ୍ବରୂପ ପୂର୍ବତଟ ରେଳବାଇ ଆତ୍ମନିର୍ଭରଶୀଳ ହେବ ଏବଂ ଏହାର ଅଧିକ କ୍ଷତି ହେବନାହିଁ । (୩) ଭତ୍ତର ଓଡ଼ିଶାରେ ଆଉ ଏକ ଡିଭିଜନ କରାଯାଉ । ଏସ୍‌ଆର ଏବଂ ଏସରସିଆଗରେ ଭାଗ ଭାଗ ହୋଇଥିବା ସମସ୍ତ ଅଂଶକୁ ଏହି ନୂତନ ଡିଭିଜନରେ ଏକତ୍ର କରନ୍ତୁ । (୪) ରାଇଘର ଡିଭିଜନରେ ସମସ୍ତ କେଳେ ଲାଇନକୁ ଅନ୍ତର୍ଭୁକ୍ତ ନରାଯାଉ । ବିଶାଖାପାଟଣା ଓ୍ବାଲଟିୟର ରେଳବାଲ ଡିଭିଜନ ବବଳରେ ଗାୟଗଡ଼ାରେ ଏକ ନୂତନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଯାଇଛି । କିନ୍ତୁ ଏହା ଅଧୁନରେ କୌଣସି ବନ୍ଦର, ଇସ୍ପାତ କାରଖାନା ଏବଂ ବଡ଼ ବଡ଼ ଶିଳ୍ପବେଲ୍ଡ ନଥିବାରୁ ଏହି ବିଭାଗ ଏକ ସ୍ଵଚ୍ଛ ରାଜସ୍ୱ ଆୟ ବିଭାଗ ହେବ । ତେଣୁ ସମୁଦାୟ କେଳେ ଲାଇନକୁ ରାୟଗଡ଼ା ବିଭାଗରେ ଅନ୍ତର୍ଭୁକ୍ତ କରାଯିବା ରଚିତ । (୫) ୨୦୧୪ ବଜେଟରେ ଗଞ୍ଜାମ ଜିଲ୍ଲାର ସୀତାପଲ୍ଲୀରେ ସ୍ୱାଗନ କାରଖାନାକୁ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ୨୦୧୪ ରେଳ ବଜେଟରେ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ଏକ ସ୍ୱାଗନ ମରାମତି କାରଖାନା ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଥିଲା । ରେଳ ମନ୍ତ୍ରଣାଳୟ ଚତୁରତାର ସହ ଅଣ ବିଳଶିତ କଳାହାଣ୍ଡି ଜିଲ୍ଲାଳୀ ଅବହେଳା କରି ବିଶାଖାପାଟଣାର ବଦଳାପୁରୀକୁ ଏହା ସ୍ଥାନାନ୍ତରିତ କରିଛନ୍ତି । ତେଣୁ ଦୟାକରି ନର୍ଲାଠାରେ ଏକ ସ୍ୱାଗନ ମରାମତି କର୍ମଶାଳା ସ୍ଥାପନ କରାଯାଉ । (୬) ଉତ୍ତର ଓଡ଼ିଶା ଡିଭିଜନ ଗଠନ କରାଯାଉ । ଭାରତୀୟ ରେଳବାର କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ କୋଇଲା ଏବଂ ଖଣିଜ ପଦାର୍ଥ ପ୍ରତ୍ୟେକ ଦିନ ଲୋଡ଼ କରୁଛି । ଏହି ଅଞ୍ଚଳରୁ ପ୍ରଚୁର ରାଜସ୍ୱ ଆଦାୟ ହେଉଛି । ତେଣୁ ଓଡ଼ିଶାକୁ ମଳଗୁତ କରିବା ପାଇଁ ଏକ ଉତ୍ତର ଓଡ଼ିଶା ତିରିଜନ ଗଠନ କରାଯାଇ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅମିୟ ପାଣ୍ଡବ, ଯୁବ ଆଇଏନଟିୟୁସିର ସଭାପତି ବିଷ୍ଣୁମୋହନ ରଥ, ସମ୍ପାଦକ ପ୍ରକାଶ ବେହେରା, ପ୍ରକାଶ ମିଶ୍ର, ଗଣେଶ ଦାଶ, ରାହୁଲ ମହାନ୍ତି, ଶ୍ରୀୟାସ୍ମିତା ପଣ୍ଡା, ବୁଳୁ ପତି, ଅମରେଶ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରସନ୍ନ ନାୟକ, ଦେବରାଜ ମିଶ୍ର, ଆଶିଷ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking