18.1 C
Bhubaneswar
Wednesday, February 4, 2026
Homeଓଡିଶାମାଲକାନଗିରିରେ ଇଣ୍ଟରନେଟ୍ କଟକଣା, ଆଉ ୧୮ ଘଣ୍ଟା ବୃଦ୍ଧି

ମାଲକାନଗିରିରେ ଇଣ୍ଟରନେଟ୍ କଟକଣା, ଆଉ ୧୮ ଘଣ୍ଟା ବୃଦ୍ଧି

ମାଲକାନଗିରି: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା । ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ କଟକଣା ଆଉ ୧୮ ଘଣ୍ଟାକୁ ବୃଦ୍ଧି କରାଯାଇଛି। ବୁଧବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଛି। ଆରଡିସି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇଣ୍ଟରନେଟ୍ କଟକଣା ବୃଦ୍ଧି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା। ଇଣ୍ଟରନେଟ୍ କଟକଣା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲା। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ ଜଣେ ମହିଳାଙ୍କ କଟାମୁଣ୍ଡ ନ ମିଳିବା ନେଇ ଦୁଇ ଗାଁ ଭିତରେ ଉତ୍ତେଜନା ଦେଖା ଦେଇଥିଲା। ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ବ୍ୟାପକ ପୋଡ଼ା ଜଳା ପରେ ମଙ୍ଗଳବାର ସେଠାରେ ୧୦ କମ୍ପାନୀ ସିଆରପିଏଫ ଯବାନ ମୁତୟନ କରାଯାଇଛି। ପୂର୍ବରୁ ଏମଭି ୨୬ ଗାଁରେ ସିଆରପିଏଫ ଓଏସଏପି ଆଇଆରବି ଓ ଓଡିଶା ପୁଲିସର ୨୦ ପ୍ଲାଟୁନ ପୁଲିସ ମୁତୟନ ରହିଛନ୍ତି। ସେପଟେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଣ୍ଡବିହୀନ ମୃତଦେହ ରାଖାଲଗୁଡା ଗାଁରେ ପହଞ୍ଚିବା ପରେ ଅନ୍ତିମ ସତ୍କାର କରାଯାଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ମାଲକାନଗିରି ଏସପି ଓ ଜିଲ୍ଲାପାଳଙ୍କ ଉପସ୍ଥିତରେ ଶବ ସତ୍କାର କରାଯାଇଛି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଏମଭି-୨୬ ଗ୍ରାମରେ ଧୀରେଧୀରେ ପରିସ୍ଥିତି ସୁଧୁରିବାକୁ ଲାଗିଛି। ଗତ ରବିବାର ଦିନ ହଜାର ହଜାର ଆଦିବାସୀ ଗାଁରେ ପଶି ଶତାଧିକ ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ନିଆଁ ଦାଉରୁ ଗୋଟିଏ ବି ଘର ବର୍ତ୍ତି ନଥିଲା। ଆଜି ସକାଳୁ ଗାଁରୁ ଚାଲି ଯାଇଥିବା ଲୋକେ ଫେରି ବଳକା ଥିବା ଜିନିଷ ରୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗୋଟିଏ ବି ଜିନିଷ ନିଆଁ ଦାଉରୁ ରକ୍ଷା ପାଇନଥିଲା। ଗାଁର ୧୮୮ଟି ଗୃହରୁ ୧୬୩ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking