ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂର ବିପଦ ନେଇ ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଂଜ୍ ନିଜର ଏକ ତାଜା ରିପୋର୍ଟରେ କହିଛି ଯେ, ୨୧୦୦ ବର୍ଷ ବେଳକୁ ଧରିତ୍ରୀର ତାପମାତ୍ରାରେ ପୂର୍ବ ଔଦ୍ୟୋଗିକ କାଳ ମୁକାବିଲାରେ ୨ ଡିଗ୍ରୀରୁ ଅଧିକ ବୃଦ୍ଧି ହୋଇପାରେ । ଅନ୍ୟଥା ବିପୁଳ ମାତ୍ରାରେ ଗ୍ରୀନ ହାଉସ ଗ୍ୟାସର ଉତ୍ସର୍ଜନ ତତ୍କାଳ କମ କରାଯାଉ । ଆଇପିସିସି ନିଜର ଷଷ୍ଠ ଆକଳନ ରିପୋର୍ଟର ପ୍ରଥମ ଭାଗ, ପୃଥିବୀର ଜଳବାୟୁ ସ୍ଥିତିର ତାଜା ମୂଲ୍ୟାଙ୍କନ, ପରିବର୍ତନ ଓ ଗ୍ରହ ଉପରେ ଏହାର ପ୍ରଭାବ ଜାରି କରିଛି । ପୃଥିବୀର ଜଳବାୟୁ ସ୍ଥିତି ଉପରେ ଏହି ରିପୋର୍ଟ ବ୍ୟାପକ ରୂପରେ ସ୍ୱୀକୃତ ବୈଜ୍ଞାନିକ ରାୟ ।
ଆକଳନ ରିପୋର୍ଟର ପ୍ରଥମ ଭାଗ କ୍ଲାଇମେଟ ଚେଂଜ ନେଇ ନିଜ ଦଲିଲ ପକ୍ଷରେ ବୈଜ୍ଞାନିକ ସାଖ୍ୟ ସାମ୍ନାରେ ରଖିଥିଲା । ଓ ୧୮୫୦ରୁ ୧୯୦୦ ମଧ୍ୟରେ ବୈଶ୍ୱିକ ତାପମାତ୍ରା ପୂର୍ବ ଇଣ୍ଡଷ୍ଟ୍ରିଆଲ ଟାଇମ ରମୁକାବିଲା ପୂର୍ବାପେକ୍ଷା ୧.୧ ଡିଗ୍ରୀ ବଢିସାରିଛି ।