19.1 C
Bhubaneswar
Monday, November 18, 2024
Homeଓଡିଶାଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ : ଜୁଲାଇ ସୁଦ୍ଧା ସରିବ ୟୁଜି-ପିଜି ପରୀକ୍ଷା, ଅଗଷ୍ଟ ୧୫ ସୁଦ୍ଧା...

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ : ଜୁଲାଇ ସୁଦ୍ଧା ସରିବ ୟୁଜି-ପିଜି ପରୀକ୍ଷା, ଅଗଷ୍ଟ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର:  ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୩୧ ସୁଦ୍ଧା ଶେଷ ହେବ । ଏନେଇ ଆଜି  ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କରୋନା ସଂକ୍ରମଣ କମିଲାଣି ।

ତେଣୁ ଏକାଡେମିକ୍ ଆକ୍ଟିଭିଟିକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଆସନ୍ତା ଜୁଲାଇ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ତଥା ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରାଯାଉ । ଏଥିପାଇଁ ଆବଶ୍ୟକ ପଡ଼ିଲେ ଅତିରିକ୍ତ ପଠେପଢ଼ା କରାଯିବ । ସେହିପରି ଅନ୍ୟ ପିଜି ଓ ୟୁଜି ସେମିଷ୍ଟାର ପରୀକ୍ଷା ଆସନ୍ତା ଶିକ୍ଷା ବର୍ଷଠାରୁ ଜୁନ ସୁଦ୍ଧା ଶେଷ କରି ଫଳ ପ୍ରକାଶ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking