24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମହଙ୍ଗା ପଡିଲା ଇନଷ୍ଟାଗ୍ରାମର ବନ୍ଧୁତା

ମହଙ୍ଗା ପଡିଲା ଇନଷ୍ଟାଗ୍ରାମର ବନ୍ଧୁତା

ନୂଆଦିଲ୍ଲୀ: ମହଙ୍ଗା ପଡିଲା ଇନଷ୍ଟାଗ୍ରାମରୁ ବନ୍ଧୁତା । ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ୍ । ଦିଲ୍ଲୀର ପ୍ରଶାନ୍ତ ବିହାର ପୋଲିସ ଷ୍ଟେସନ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ଦୁଷ୍କର୍ମ ପରେ ଭିଡିଓ ଉତ୍ତୋଳନ କରି ତାଙ୍କ ବନ୍ଧୁମାନଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ଧମକ ଦେଇଥିଲା ।

ଏନେଇ ପୀଡିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁଯାୟୀ, ରୋହିନୀ ସେକ୍ଟର ୩୬ର ଜଣେ ଯୁବକ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଜଣେ ନାବାଳିକା ସହ ଇନଷ୍ଟାଗ୍ରାମରେ ବନ୍ଧୁତା କରିଥିଲେ। ଏହାପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କ ଘରକୁ ଡାକିଥିଲେ ।

ସେଠାରେ ସୋମାନଙ୍କ ଚାଟ୍ ନାବାଳିକାର ପିତାମାତାଙ୍କୁ ଦେଖାଇ ଦେବାକୁ ଧମକ ଦେଇ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ସେହିପରି ଦୁଷ୍କର୍ମ ବେଳର ଭିଡିଓ ଉତ୍ତୋଳନ କରି ତାଙ୍କର ବନ୍ଧୁମାନଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖିଥିବାକୁ ତାଙ୍କୁ ଧମକ ଦେଇଥିଲା।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆଇନର ସମ୍ପୃକ୍ତ ବିଭାଗ ସହିତ ଅଭିଯୁକ୍ତଙ୍କୁ ପୋକସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିବା ବେଳେ ନାବାଳିକାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି । ସେହିପରି ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking