16.1 C
Bhubaneswar
Sunday, December 15, 2024
Homeଓଡିଶାରାଜଧାନୀରେ ଆପାର୍ଟମେଣ୍ଟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ..

ରାଜଧାନୀରେ ଆପାର୍ଟମେଣ୍ଟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ..

ଭୁବନେଶ୍ୱର: ଭୁବନେଶ୍ୱର ସହରଞ୍ଚଳ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଆପାର୍ଟମେଣ୍ଟ ଗୁଡିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା । ଆଜି ଭୁବନେଶ୍ୱର ସହରାଞ୍ଚଳର ବିଭିନ୍ନ ଥାନା ଅଧୀନରେ ଥିବା ମୋଟ ୫୯୦ଟି ଆପାର୍ଟମେଣ୍ଟରୁ ଏଯାବତ ୨୨୪ଟି ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ତରଫରୁ ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ପୁଲିସ ସେଠାରେ ରହୁଥିବା ଅନ୍ତେବାସୀ, କମିଟି ସଦସ୍ୟ ତଥା ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ସହିତ ଆଲୋଚନା କରିବା ସହିତ ସୁରକ୍ଷା ଜନିତ ତ୍ରୁଟିକୁ ସୁଧାରିବାଲାଗି ପରାମର୍ଶ ଦିଆଯାଉଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୫ତାରିଖ ଦିନ ଭୁବନେଶ୍ୱର ରିଜର୍ଭ ପୋଲିସ୍ ଗ୍ରାଉଣ୍ଡଠାରେ ଭୁବନେଶ୍ୱରର ବେସରକାରୀ ସୁରକ୍ଷା ଏଜେନ୍ସି ସହିତ ପୁଲିସର ଏକ ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିବା ବେଳେ, ବିଭିନ୍ନ ଘରୋଇ ସୁରକ୍ଷା ଏଜେନ୍ସି ଗୁଡିକର ମାଲିକ/ ପ୍ରତିନିଧି, ସମସ୍ତ ଥାନାର ଥାନାଧିକାରୀ, ତଥା ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗଦାନ କରିଥିଲେ । ପାରସ୍ପରିକ ଭାବବିନିମୟ କାର୍ଯ୍ୟକ୍ରମରେ ପୁଲିସ ତରଫରୁ ଦିଆଯାଇଥିବା ସୁଚିନ୍ତିତ ଉପଦେଶ ଗୁଡିକୁ ଗ୍ରହଣ କରିବା ଲାଗି ସୁରକ୍ଷା ଏଜେନ୍ସି ଗୁଡିକୁ ପରାମର୍ଶ ଦିଆଯାଇଥିଲା । ଭୁବନେଶ୍ୱର ପୁଲିସ ତରଫରୁ ପ୍ରତ୍ୟେକ ଥାନା ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ଏବଂ ଆବାସିକ ଅଟ୍ଟାଳିକା ଗୁଡିକର ସୁରକ୍ଷା ସମୀକ୍ଷା କରାଯିବା ନିମନ୍ତେ ମଧ୍ୟ ଏହି କାର୍ଯକ୍ରମରେ ନିଷ୍ପତ୍ତି ନିଆଯାଇଥିଲା । ସହରର ସମସ୍ତ ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯାଇ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଆଣିବା ପାଇଁ ଭୁବନେଶ୍ୱର ପୁଲିସର ଏହି ଚେଷ୍ଟା ଆଗକୁ ଜାରି ରହିବ । ଏହାର ଏକମାତ୍ର ଲକ୍ଷ ହେଲା ରାଜଧାନୀରେ ହେଉଥିବା ବିଭିନ୍ନ ଚୋରି ଡକାୟତୀକୁ ରୋକିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking