26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଇନ୍ଦୋରର ଫ୍ୟାମିଲି କୋର୍ଟ ରାୟ : ସ୍ବାମୀକୁ ଭରଣପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ

ଇନ୍ଦୋରର ଫ୍ୟାମିଲି କୋର୍ଟ ରାୟ : ସ୍ବାମୀକୁ ଭରଣପୋଷଣ ପାଇଁ ଟଙ୍କା ଦେବେ ସ୍ତ୍ରୀ

ଇନ୍ଦୋର : ସାଧାରଣତଃ ଛାଡପତ୍ର ହେଲେ ସ୍ବାମୀକୁ ନିଜ ସ୍ତ୍ରୀ ଓ ସନ୍ତାନଙ୍କ ଭରଣ ପୋଷଣ ପାଇଁ ଭତ୍ତା ଦେବାକୁ ପଡିଥାଏ । ମାତ୍ର ଇନ୍ଦୋରରେ ଘଟିଛି ଠିକ୍ ଓଲଟା ଘଟଣା । ଇନ୍ଦୋରର ଫ୍ୟାମିଲି କୋର୍ଟ ନିଜର ଏକ ଚକିତ କଲା ଭଳି ନିଷ୍ପତ୍ତି ଶୁଣାଇଛନ୍ତି, ଯେଉଁଥିରେ କୋର୍ଟ ସ୍ବାମୀର ଚଳିବା ପାଇଁ ମାସିକ ୫୦୦୦ ଟଙ୍କା ଭତ୍ତା ଦେବାକୁ ମହିଳାକୁ ନିର୍ଦେଶ ଦେଇଛନ୍ତି । ୨୦୨୩ ଡିସେମ୍ବର ମାସରେ ମହିଳା ଜଣଙ୍କ ସ୍ବାମୀ ବିରୁଦ୍ଧରେ ଘରୋଇ ହିଂସା ମାମଲା ଦାୟର କରିଥିଲେ ଏବଂ ଆଜି ଏହାର ରାୟ ପ୍ରକାଶ କରିଛି କୋର୍ଟ ।ସ୍ବାମୀ ପକ୍ଷରୁ ଲଢୁଥିବା ଓକିଲ ମନିଷ କହିଛନ୍ତି ଯେ, ତାଙ୍କ ମହକିଲ ଅମନ ଉଜ୍ଜୟିନୀର ବାସିନ୍ଦା । ୨୦୨୦ ମସିହାରେ ନିଜର କମନ ଫ୍ରେଣ୍ଡ ଜରିଆରେ ନନ୍ଦିନୀଙ୍କ ସହିତ ବନ୍ଧୁତା କରିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଅମନ ନନ୍ଦିନୀଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ, କିନ୍ତୁ ନନ୍ଦିନୀ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଶେଷରେ ୨୦୨୧ ଆର୍ୟ୍ୟ ମନ୍ଦିରରେ ଅମନ ନନ୍ଦିନୀଙ୍କୁ ବିବାହ କରିଥିଲେ । ବିବାହ ପରେ ଏହି ଦମ୍ପତି ଇନ୍ଦୋରରେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ । ଅମନଙ୍କ ଓକିଲ କହିବା ମୁତାବକ, ବିବାହ ପରେ ନନ୍ଦିନୀ ଛୋଟ ଛୋଟ ପ୍ରସଙ୍ଗରେ ଅମନଙ୍କୁ ମାନସିକ ତଥା ଶାରୀରିକ ନିର୍ୟ୍ୟାତନା ଦେବା ଆରମ୍ଭ କରିଥିଲେ । ବିଭିନ୍ନ ବିବାଦରେ ଅମନ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, ତଥାପି ସେ ତାଙ୍କ କଥା ଶୁଣି ନଥିଲେ । ନନ୍ଦିନୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡି ଅମନ ନିଜ ପିତାମାତାଙ୍କ ସହିତ ରହିବା ଆରମ୍ଭ କରିଥିଲେ । ଏନେଇ ନନ୍ଦିନୀ ଅମନଙ୍କ ନିଖୋଜ ସମ୍ପର୍କିତ ଏକ ମାମଲା ଇନ୍ଦୋରର ଏକ ପୋଲିସ ଷ୍ଟେସନରେ ଦର୍ଜ କରିଥିଲେ । ଅମନ ନିଜ ପରିବାରକୁ ନିଜ ସହିତ ଘଟିଥିବା ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ ।ଏହାର କିଛି ଦିନ ପରେ ନନ୍ଦିନୀ ଅମନଙ୍କ ବିରୁଦ୍ଧରେ ଘରୋଇ ହିଂସାର ମାମଲା ରୁଜୁ କରି ରକ୍ଷଣାବେକ୍ଷଣ ଭତ୍ତା ଦାବି କରିଥିଲେ । ଅମନ କୋର୍ଟରେ କହିଥିଲେ ଯେ ସେ ତାଙ୍କ ମାଙ୍କ ସହିତ ରହିବାକୁ ଚାହାଁନ୍ତି ଏବଂ ଯେତେ ବେଳେ ବି ସେ ଘର ଛାଡିବାକୁ ଚାହୁଁଥିଲେ ନନ୍ଦିନୀ ତାଙ୍କୁ ଘର ଭିତରକୁ ବନ୍ଦ କରିଦେଉଥିଲେ । ଅମନ କୋର୍ଟକୁ କହିଥିଲେ ଯେ ସେ ଜଣେ ଦ୍ବାଦଶ ଶ୍ରେଣୀ ପାସ୍ଆଉଟ । ସେ ଉଚ୍ଚଶିକ୍ଷା ପାଇଁ କଲେଜରେ ଆଡମିଶନ ମଧ୍ୟ କରିଥିଲେ କିନ୍ତୁ ନନ୍ଦିନୀଙ୍କ ଲାଗି ସେ ପାଠ ପଢା ଛାଡିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ଜଣେ ବେକାର ଅଟନ୍ତି । ସେ କୋର୍ଟରେ ନିଜେ ନନ୍ଦିନୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ଦାବି କରି କହିଥିଲେ ଯେ ନନ୍ଦିନୀ ଏକ ବିଉଟି ପାର୍ଲର ଚଳାଉଛନ୍ତି । କିନ୍ତୁ ନନ୍ଦିନୀ ଏହାକୁ ଫାଙ୍କି ଦେଇଥିଲେ । କିନ୍ତୁ ଅମନଙ୍କ ଓକିଲ ନନ୍ଦିନୀ ଥାନାରେ କରିଥିବା ନିଖୋଜ ରିପୋର୍ଟକୁ ଉପସ୍ଥାପନ କରିଥିଲେ ଯେଉଁଥିରେ ନନ୍ଦିନୀ ଏକ ବିୟୁଟି ପାର୍ଲର ଚଳାଉଥିବା କଥା ଉଲ୍ଲେଖ ଥିଲା । ଉଭୟ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ନନ୍ଦିନୀଙ୍କୁ ଅମନଙ୍କୁ ୫୦୦୦ ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking