17.1 C
Bhubaneswar
Monday, February 2, 2026
Homeଓଡିଶାପୁରୁଷ ଫାଇନାଲରେ ଇଣ୍ଡୋନେସିଆର ମୋହମ୍ମଦ ୟୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ

ପୁରୁଷ ଫାଇନାଲରେ ଇଣ୍ଡୋନେସିଆର ମୋହମ୍ମଦ ୟୁସୁଫ ଓ ଭାରତୀୟ ଖେଳାଳୀ କିରଣ ଜର୍ଜ

ଭୁବନେଶ୍ୱର/କଟକ: କଟକ ସ୍ଥିତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବର୍ଗର ଫାଇନାଲ ମ୍ୟାଚ ଡିସେମ୍ବର ୧୪ ତାରିଖରେ ଅନୁଷ୍ଠିତ ହେବ। ଆଜି (ଡିସେମ୍ବର ୧୩ ତାରିଖରେ) ସେମି ଫାଇନାଲ ରାଉଣ୍ଡରେ ସମସ୍ତ ମ୍ୟାଚ୍ ଶେଷ ହୋଇଛି। ପୁରୁଷ ବିଭାଗ ସିଙ୍ଗଲ ସେମି ଫାଇନାଲରେ ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ୟୁସୁଫ ନିଜ ପ୍ରତିଦ୍ବନ୍ଦୀ ବିସ୍ମ ରାୟ ଅକଟୋରାଙ୍କୁ 21-12, 21-18 ପଏଣ୍ଟର ଦୁଇଟି ଗେମ୍‌ରେ ପରାସ୍ତ କରି ଫାଇନାଲରେ ପହଂଚିଛନ୍ତି।

ସେହିପରି ଭାରତୀୟ ଖେଳାଳୀ ଦ୍ଵିତୀୟ ସିଡ଼ କିରଣ ଜର୍ଜ ନିଜ ଦେଶର ରୋନକ ଚୌହାନଙ୍କୁ 21-19,8-21 ଓ 21-18ର ତିନୋଟି ଗେମ୍‌ରେ ହରାଇ ଫାଇନାଲରେ ପହଂଚିଛନ୍ତି। ମହିଳା ସେମି ଫାଇନାଲରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶର ତସନିମ ମିରଙ୍କୁ 18-21,21-16,21-16 ପଏଣ୍ଟର ତିନୋଟି ଗେମ୍‌ରେ ହରାଇ ଫାଇନାଲରେ ପହଂଚିଛନ୍ତି। ଅନ୍ୟ ସେମି ଫାଇନାଲରେ ଇସାରାଣୀ ବରୁଆ, ତାନ୍ୟା ହେମନ୍ଥଙ୍କୁ 18-21,21-7 21-7ପଏଣ୍ଟ ର ତିନୋଟି ଗେମ୍‌ରେ ହରାଇ ଫାଇନାଲରେ ପହଂଚିଛନ୍ତି। ମିକ୍ସଡ଼ ଡବଲସ ସେମି ଫାଇନାଲରେ ଇଣ୍ଡୋନେସିଆ ଯୋଡି ଡି. ଫେର୍ଡିନେନସି ଓ ବି. ୱାର୍ଡନା, ଭାରତୀୟ ଯୋଡି ଏସ. କଣପୁରମ ଓ ଆର. ଉଥେୟସୂରୀୟାନଙ୍କୁ 21-16,21-19 ପଏଣ୍ଟରେ ହରାଇ ଫାଇନାଲରେ ପହଂଚିଛନ୍ତି। ଏହି ବିଭାଗର ଅନ୍ୟ ସେମିରେ ଇଣ୍ଡୋନେସିଆ ଯୋଡି ଏମ. ଫାଜା ଓ ଏ. ପ୍ରଣତା ଥାଇଲାଣ୍ଡ ଯୋଡି ତଣ୍ଡନ ପଂପାନୀଚ ଓ ଫୁଙ୍ଗଫା. କେ ଙ୍କୁ 21-17,18-21ଓ 21-12ର ତିନୋଟି ଗେମ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି।

ମହିଳା ଡବଲସ ବିଭାଗରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ଟପସିଡ଼ ବଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଇସ୍ୟାନା ମେଇଡା ଓ ରିଂଜନୀ କ୍ଵିନ୍ନାରାଙ୍କୁ 21-9,21-16 ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପହଂଚିଥିବା ବେଳେ ଦ୍ଵିତୀୟ ସେମିରେ ମାଲେସିଆ ଯୋଡି ଅଙ୍ଗ ଜିନୟୀ ଓ କାର୍ମେନ ଟିଙ୍ଗ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମଙ୍କୁ 21-13,21-16ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ଡବଲସ ସେମି ଫାଇନାଲରେ ମାଲେସିଆ ଯୋଡ଼ି କଂଗ ଖାଇ ଜିଙ୍ଗ ଓ ଏରୋନ ତାଇ ଥାଇଲାଣ୍ଡ ଯୋଡି ସି. ଚାରୋଙ୍କିତା ମର୍ଣ ଓ ଡବ୍ଲ୍ୟୁ. ଥୋଙ୍ଗ ଙ୍ଗା ଙ୍କୁ ସିଧା ସଳଖ 21-19,21-19 ପଏଣ୍ଟର ଦୁଇଟି ଗେମରେ ହରାଇ ଫାଇନାଲ ରେ ପହଂଚିଛନ୍ତି। ଦ୍ଵିତୀୟ ସେମି ଫାଇନାଲରେ ଇଣ୍ଡୋନେସିଆ ଅଲି ରେହନ ଓ ଦେଭିନ ଅର୍ଥା ୟାହୁଡି ତାଇପେଇ ଯୋଡି ସୁ ଚିଙ୍ଗ ହେଂଗ ଓ ବୁଗୁଆନ ଜୁନଙ୍କୁ 21-15, 22-20 ପଏଣ୍ଟର ଦୁଇଟି ଗେମ୍‌ରେ ହରାଇ ଫାଇନାଲରେ ପହଂଚିଛନ୍ତି। ଆସନ୍ତାକାଲି ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ବର୍ଗର (ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ) ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking