27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭାରତର ଅଭିବୃଦ୍ଧି ହାର ୭.୫କୁ ବଢିବ: ଏଡ଼ିବି

ଭାରତର ଅଭିବୃଦ୍ଧି ହାର ୭.୫କୁ ବଢିବ: ଏଡ଼ିବି

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ୭.୫ ରହିବ । ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୭.୫ ରହିବ ବୋଲି ପୂର୍ବାନୂମାନ କରିଛି ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ(ଏଡ଼ିବି) । ଏହି ସମୟରେ ଅନ୍ୟ ଏସୀୟ ରାଷ୍ଟ୍ର ମାନଙ୍କ ତୁଳନାରେ ଭାରତର ଅଭିବୃଦ୍ଧି ହାର ବେଶ ଆଗୁଆ ରହିବ । ଏହା ସହିତ ପରବର୍ତ୍ତୀ ଆର୍ଥିକ ବର୍ଷରେ ୮ ପ୍ରତିଶତର ଅଭିବୃଦ୍ଧି ହାର ଆକଳନ କରିଛି ଏଡ଼ିବି । ଭାରତରେ ବିଦେଶୀ ଏବଂ ଘରୋଇ ନିବେଶର ସ୍ଥିତି ବଢ଼ିଆ ରହିଥିବାରୁ ଭାରତର ଅର୍ଥନୀତିର ଅଭିବୃଦ୍ଧି ଆକଳନ ଅନ୍ୟ ମାନଙ୍କ ଠାରୁ ଆଗୁଆ ରଖାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଜାନୁୟାରୀରୁ ଡିସେମ୍ବର ୨୦୨୨ ମଧ୍ୟରେ ଚୀନ ପାଇଁ ୫ ପ୍ରତିଶତର ଅଭିବୃଦ୍ଧି ହାର ଆକଳନ କରାଯାଇଛି । ଏଡ଼ିବି ପକ୍ଷରୁ ପ୍ରକାଶିତ ଆଉଟଲୁକ୍‌ରେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଆହୁରି ଶକ୍ତିଶାଳୀ ହେବ । ଏହି ସମୟରେ ଭାରତୀୟ ଅଭିବୃଦ୍ଧି ୮ ପ୍ରତିଶତ ଛୁଇଁବା ନେଇ ଆକଳନ କରାଯାଇଛି । ତେବେ ଅଭିବୃଦ୍ଧି ହାରକୁ ଦେଖିଲେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଚୀନର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ସକରାତ୍ମକ ରହିବ ବୋଲି ଆକଳନ କରାଯାଇଛି । ସେହି ସମୟରେ ଚୀନର ଅର୍ଥନୀତି ବର୍ତ୍ତମାନ ତୁଳନାରେ ୦.୪୮ ପ୍ରତିଶତର ଅଭିବୃଦ୍ଧି ହାସଲ କରିବ । ତେବେ ମାନ୍ଦାବସ୍ଥା ଉଭୟ ରାଷ୍ଟ୍ରର ଅର୍ଥନୀତିରେ ଏକ ବଡ ଭୂମିକା ଗ୍ରହଣ କରିବ ବୋଲି ଆକଳନ କରାଯାଇଛି । ୟୁକ୍ରେନ-ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଉଭୟ ରାଷ୍ଟ୍ରର ଅର୍ଥନୀତି ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଇଛି । ମାର୍ଚ୍ଚ ୨୦୨୧ ଯାଏଁ କରୋନାର କାୟା ବିସ୍ତାର କାରଣରୁ ସମସ୍ତ ଅର୍ଥବ୍ୟବସ୍ଥା ସ୍ଥାଣୁ ହୋଇ ଯାଇଥିଲେ । ମାତ୍ରକ କରୋନା ପରବର୍ତ୍ତୀ ପରସ୍ଥିତିରେ ଭାରତୀୟ ଅର୍ଥନୀତି ୮.୯ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ସମାନ ସମୟରେ ଚୀନ୍ ୮.୧ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି । କରୋନା ପରବର୍ତ୍ତୀ ପରସ୍ଥିତିରେ ଏସୀୟ ରାଷ୍ଟ୍ର ମାନେ ଧୀରେ ଧୀରେ ଉନ୍ନତି କରୁଛନ୍ତି ଯାହାକି ବିଶ୍ୱ ଅର୍ଥନୀତି ପାଇଁ ଶୁଭ ସଙ୍କେତ ବୋଲି କହିଛନ୍ତି ଏଡ଼ିବିର ମୁଖ୍ୟ ଅର୍ଥନୀତିଜ୍ଞ ଆଲବର୍ଟ ପାର୍କ । ତେବେ ବିଶ୍ୱରଭ ଭିନ୍ନ ଭିନ୍ନ ପ୍ରାନ୍ତରେ କରୋନାର ଅଲଗା ଅଲଗା ଭାରିଆଣ୍ଟ ସଂକ୍ରମିତ କରୁଥିବାରୁ କୌଣସି ଆକଳନ ଭୁଲ ମଧ୍ୟ ପ୍ରମାଣିତ ହୋଇପାରେ ବୋଲି ପାର୍କ କହିଛନ୍ତି । ଦକ୍ଷିଣ ଏସିଆର ହାରାହାରି ଅଭିବୃଦ୍ଧି ହାର ୭.୪ ରଖାଯାଇଥିବା ବେଳେ ପାକିସ୍ତାନର ଅଭିବୃଦ୍ଧି ହାର ୪ ପ୍ରତିଶତ ଆକଳନ କରାଯାଇଛି । ୨୦୨୦ ଆର୍ଥିକ ବର୍ଷ ପାଇଁ ୪.୫ ପ୍ରତିଶତର ଅଭିବୃଦ୍ଧି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking