26.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଆଇସିସି ନକ୍‌ଆଉଟ୍‌ରେ ଭାରତର ଶୋଚନୀୟ ପ୍ରଦର୍ଶନ; ୧୦ ବର୍ଷରେ ୮ ମ୍ୟାଚ୍‌, ସଫଳତା ହାର ଶୂନ୍‌

ଆଇସିସି ନକ୍‌ଆଉଟ୍‌ରେ ଭାରତର ଶୋଚନୀୟ ପ୍ରଦର୍ଶନ; ୧୦ ବର୍ଷରେ ୮ ମ୍ୟାଚ୍‌, ସଫଳତା ହାର ଶୂନ୍‌

ନୂଆଦିଲ୍ଲୀ: ରବିବାର ଲଣ୍ଡନର କେନିଙ୍ଗଟନ୍ ଓଭାଲ୍‌ଠାରେ ଶେଷ ହୋଇଥିବା ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ରେ ୨୦୯ ରନ୍‌ରେ ପରାସ୍ତ ହୋଇ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ରନର୍ସଅପ୍ ହୋଇଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଛି । ଏଥିସହ ଆଇସିସି ନକ୍‌ଆଉଟ୍ ମ୍ୟାଚ୍‌ଗୁଡ଼ିକରେ ଭାରତର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି ।

ଦଳ ଗତ ୧୦ ବର୍ଷ ମଧ୍ୟରେ ୮ଟି ନକ୍‌ଆଉଟ୍ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ସଫଳତା ହାର ଶୂନ୍ ରହିଛି । ଅର୍ଥାତ୍ ଦଳା ୮ଟିଯାକ ମ୍ୟାଚ୍‌ରେ ପରାଜୟ ବରଣ କରିଛି । ଶେଷ ଥର ପାଇଁ ଭାରତ ଗତ ୨୦୧୩ରେ ଇଂଲଣ୍ଡରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚାମ୍ପିଅନ୍ ହୋଇଥିଲା ।

ସେବେଠାରୁ ଅଦ୍ୟାବଧି ଦଳ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଏହାକୁ ନକ୍‌ଆଉଟ୍ ଲେବଲ୍‌ରେ କାଏମ ରଖିବାରେ କ୍ରମାଗତ ବିଫଳ ହୋଇଆସିଛି । ୨୦୧୩ ପରଠାରୁ ଭାରତ ଆଇସିସି ଇଭେଣ୍ଟ୍ ମଧ୍ୟରେ ୪ ଥର ସେମିଫାଇନାଲ୍ ଓ ସମାନ ସଂଖ୍ୟକ ଫାଇନାଲ୍ ମ୍ୟାଚ୍ ଖେଳିଥିଲେ ମଧ୍ୟ କୌଣସି ଗୋଟିଏରେ ବି ବିଜୟୀ ହୋଇପାରିନାହିଁ । ଏହି ଧାରା ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲ୍‌ଠାରୁ ଆରମ୍ଭ ହୋଇଛି ।

ଉକ୍ତ ମ୍ୟାଚ୍‌ରେ ଦଳ ଶ୍ରୀଲଙ୍କାଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା । ଏହାପରେ ଦଳ ୨୦୧୫ରେ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ୯୫ ରନ୍‌ରେ, ୨୦୧୬ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ଠାରୁ ୭ ୱିକେଟ୍‌ରେ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନଠାରୁ ୧୮୦ ରନ୍‌ରେ, ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ୧୮ ରନ୍‌ରେ, ୨୦୨୧ ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ଠାରୁ ୮ ୱିକେଟ୍‌ରେ ଓ ୨୦୨୨ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ଇଂଲଣ୍ଡଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking