27.1 C
Bhubaneswar
Wednesday, June 26, 2024
Homeଅପରାଧକାନାଡ଼ାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳିକରି ହତ୍ୟା

କାନାଡ଼ାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ପାଠ ପଢିବା ପାଇଁ କାନାଡ଼ା ଯାଇଥିଲେ ହେଲେ ଆଉ ଫେରିଲେ ନାହିଁ । ଭାରତୀୟ ବଂଶୋଦ୍ଭବଙ୍କୁ କାନାଡ଼ାରେ ଗୁଳିକରି ହତ୍ୟା । ପଞ୍ଜାବର ଲୁଧିଆନା ମୂଳ ବାସିନ୍ଦା ହତ୍ୟାର ଶିକାର ହୋଇଛନ୍ତି । କେଉଁ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ,୨୮ ବର୍ଷୀୟ ଯୁବକ ଜଣକ ୨୦୧୯ରେ ପଢ଼଼ିବା ଲାଗି କାନାଡ଼ା ଯାଇଥିଲେ। ନିକଟରେ ସେ କାନାଡ଼ାର ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ। କାନାଡ଼ାରେ ରାହିବେ ପରେ ସେଠାରେ ସେ ଜଣେ ସେଲ୍‌ସ ଏକଜିକ୍ୟୁଟିଭ ଭାବେ କାମ କରୁଥିଲେ। କିନ୍ତୁ ଜୁନ ୭ ତାରିଖ ଦିନ ସକାଳ ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରିଥିଲେ । ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ତେବେ ଏହି ଘଟଣାର କାରଣ ସ୍ପଷ୍ଟ ହେବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking