ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ମାରାତ୍ମକ କରୋନା ଭାଇରସ୍ । 21 ଜଣ ନାବିକଙ୍କ କରୋନା ରିପୋର୍ଟ ପଜେଟିଭ୍ ଆସିଛି ବୋଲି ସୂଚନା ମିଳିଛି । ସମସ୍ତ ନାବିକ ମୁମ୍ବାଇ ସ୍ଥିତି ଆଇଏନ୍ଏସ୍ ଆଙ୍ଗ୍ରେ ବେସ୍ର ବୋଲି ସୂଚନା ମିଳିଛି । ସେହି ବେସ୍ର ସମସ୍ତ ନାବିକଙ୍କୁ କ୍ୱରେଣ୍ଟାନ୍ରେ ରଖାଯାଇଛି ଓ ସେମାନଙ୍କ ପରିବାରଲୋକଙ୍କୁ ମଧ୍ୟ ହୋମ୍ କ୍ୱରେଣ୍ଟାଇନ୍ରେ ରଖାଯାଇଛି ବୋଲି ଜଣାପଡ଼ିଛି । ହେଲେ ଏମାନେ ସମସ୍ତେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଅନୁଧ୍ୟାନ ଚାଲିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୁମ୍ବାଇକୁ ଯାଇଥିଲେ ନାବିକ ବୋଲି ଜଣାପଡ଼ିଛି । ଏହା ନୌସେନାରେ କୋଭିଡ୍-୧୯ ସଂକ୍ରମଣଜନିତ ପ୍ରଥମ ଖବର ହୋଇଥିଲେ ବି ଭାରତୀୟ ସେନାବାହିନୀରେ ୮ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଥିବା ପୂର୍ବରୁ ଜଣାପଡ଼ିଛି।
https://onakhabar.com/2020/04/18/america-4500-corona-dead-in-24-hour/