28.1 C
Bhubaneswar
Wednesday, December 4, 2024
Homeଖେଳଏସିଆ କପ: ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ

ଏସିଆ କପ: ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ

ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍ ବାକିଥାଇ ଜିତିନେଇଛି ଭାରତ । ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା। ଏସିଆ କପର ଫାଇନାଲରେ ଭାରତ ଆଜି ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ବୋଲିଂରେ ଭାରତର ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା। ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍ ଶେଷ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking