18.1 C
Bhubaneswar
Monday, November 25, 2024
Homeଓଡିଶାଆଗକୁ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଅଗ୍ନି ନିରାପତ୍ତା ତଥ୍ୟ ମାଗିଲେ ଓଏଚ୍‌ଆର୍‌ସି

ଆଗକୁ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଅଗ୍ନି ନିରାପତ୍ତା ତଥ୍ୟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର: ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ । ବାରବାଟୀରେ ୪୪ହଜାର ଲୋକ ବସିବାକୁ ସିଟ୍ ଥିବାବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ମାନବାଧିକାର କର୍ମୀଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆଣି ପିଟିସନ୍ ଦିଆଯିବା ପରେ ଓଏଚ୍‌ଆର୍‌ସି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତାକୁ ନେଇ କ’ଣ ସବୁ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ଆୟୋଗ ସବିଶେଷ ତଥ୍ୟ କଟକ ଡିସିପି ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଚିବଙ୍କୁ ମାଗିଛନ୍ତି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହି ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ରଙ୍କ ପିଟିସନ୍‌ର ଶୁଣାଣି କରି ଓଏଚ୍‌ଆର୍‌ସି ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌କୁ ନେଇ ମିଶ୍ର କମିଶନଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ୪୪ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବାରବାଟୀ ଷ୍ଟାଡିୟମ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା ସମ୍ପର୍କରେ ମିଶ୍ରଙ୍କ ପିଟିସନ୍‌ରେ ଦର୍ଶାଯାଇଛି । ଏନେଇ ମିଶ୍ର ଓଏଚ୍‌ଆର୍‌ସିଙ୍କ ସମେତ ସ୍ପେଶାଲ ରେଞ୍ଜ୍ ଫାୟାର ଅଫିସରଙ୍କର ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି । ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା ନିୟମ, ୨୦୧୭ ସହିତ ଓଡ଼ିଶା ଅଗ୍ନି ନିବାରଣ ଏବଂ ଅଗ୍ନି ସୁରକ୍ଷା (ସଂଶୋଧିତ) ଆଇନ-୨୦୧୯ ଅନୁଯାୟୀ ଓସିଏ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରିବା ନେଇ ସେ ଆବେଦନ କରିଛନ୍ତି । ମିଶ୍ରଙ୍କ ପିଟିସନ୍‌କୁ ଗୁରୁତ୍ୱର ସହିତ ଗ୍ରହଣ କରି କ୍ରିକେଟ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking