ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୫୦ଟି ନୂଆ ମାମଲା ରହିଛି । ସେହିଭଳି ୬୧୩ ଜଣଙ୍କ ପ୍ରାଣ ମଧ୍ୟ ଗଲାଣି । ଏହି ପରିପ୍ରେକ୍ଷୀରେ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୨,୪୪,୮୧୪ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୪,୦୯,୦୮୩ ଜଣ କରୋନା ରୋଗୀ ସୁସ୍ଥ ହେଲେଣି । ଏହାଛଡା ଆଇସିଏମଆର୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୪ ଜୁଲାଇ ପର୍ଯ୍ୟନ୍ତ ଦେଶରେ ୯୭,୮୯, ୦୬୬ ଟି ସାମ୍ପଲ ଟେଷ୍ଟ କରାଯାଇଛି ।